ଓଡିଶା

odisha

ETV Bharat / state

ଜଙ୍ଗଲ ପାଇଁ ଗୋଷ୍ଠୀ ସଂଘର୍ଷ: 144 ଧାରା ଜାରି ନେଇ ସତର୍କ କଲା ଜିଲ୍ଲା ପ୍ରଶାସନ - କଳାହାଣ୍ଡିରେ ଜଙ୍ଗଲ ପାଇଁ ଗୋଷ୍ଠୀ ସଂଘର୍ଷ

ଜଙ୍ଗଲ ଜମି ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଟଣାଓଟରା । କଳାହାଣ୍ଡି ଜିଲ୍ଲା ସିନ୍ଦିଭଟା ଥୁଆଙ୍ଗପଦର ଗ୍ରାମବାସୀଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବାବେଳେ ଶୃଙ୍ଖଳା ଦୃଷ୍ଟିରୁ 144 ଧାରା ଜାରି କରିବାକୁ ଚେତବନୀ ଦେଲା ଜିଲ୍ଲା ପ୍ରଶାସନ। ଅଧିକ ପଢ଼ନ୍ତୁ

group class for forest property in kalahandi district administration alert 144
ଜଙ୍ଗଲ ପାଇଁ ଗୋଷ୍ଠୀ ସଂଘର୍ଷ: 144 ଧାରା ଜାରି ନେଇ ସତର୍କ କଲା ଜିଲ୍ଲା ପ୍ରଶାସନ

By

Published : Jul 25, 2022, 3:23 PM IST

ଭବାନୀପାଟଣା: ଜଙ୍ଗଲ ଜମି ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଟଣାଓଟରା । କଳାହାଣ୍ଡି ଜିଲ୍ଲା ବିଜେପୁର ପଞ୍ଚାୟତ ସିନ୍ଦିଭଟା ଓ ଲାଖବାହାଲି ପଞ୍ଚାୟତର ଥୁଆଙ୍ଗପଦର ଗ୍ରାମବାସୀଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ଜୁନ ମାସ ୧୯ରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ସେଥିରେ ଉଭୟ ଗ୍ରାମର ୪୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ଉଭୟ ଗ୍ରାମବାସୀ ଜିଦ୍‌ରେ ଅଡି ବସିଥିବାରୁ ଉକ୍ତ ଅଞ୍ଚଳରେ 144 ଧାରା ଜାରି କରିବା ପାଇଁ ଜିଲ୍ଲା ପ୍ରଶାସନ ସତର୍କ ସୂଚନା ଜାରି କରିଛି ।

ଜଙ୍ଗଲ ପାଇଁ ଗୋଷ୍ଠୀ ସଂଘର୍ଷ

ଲାଞ୍ଜିଗଡ ବ୍ଲକ ପ୍ରଶାସନ, ବନବିଭାଗ ଓ ପୋଲିସର ମିଳିତ ଉଦ୍ୟମରେ ଉଭୟ ଗ୍ରାମବାସୀଙ୍କ ସମାଧାନ ପାଇଁ ଶାନ୍ତି କମିଟି ଗଠନ କରାଯିବାର ପ୍ରୟାସ କରାଯାଇଥିଲା । ତେଣୁ ଉଭୟ ଗ୍ରାମର ଲୋକଙ୍କୁ ବିଜେପୁର ଥାନାକୁ ଡକା ଯାଇଥିଲା । ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୁଲହାରସଙ୍କ ନେତୃତ୍ୱରେ ଦୁଇ ପକ୍ଷକୁ ବୁଝାସୁଝା କରାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା ।

ଫଳରେ ଲାଞ୍ଜିଗଡ ତହସିଲଦାର ମୁନିଦ୍ର ହୁନାଙ୍ଗା, ଏସିଏଫ ଅମିତ ରାୟ, ଉଭୟ ଗ୍ରାମର ଲୋକଙ୍କୁ ଜଙ୍ଗଲ ଜମି ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଜମି ଛାଡିବୁ ନାହିଁ କହି ଥୁଆଙ୍ଗ ପଦର ଗ୍ରାମବାସୀ ଶାନ୍ତି କମିଟି ବୈଠକରୁ ଓହରି ଯାଇଥିଲେ । ଶେଷରେ ଜଙ୍ଗଲକୁ ନଯିବା ପାଇଁ ୧୪୪ ଧାରା ଲଗାଇବାକୁ ତହସିଲଦାର ଚେତାବନୀ ଦେଇଥିଲେ । କିନ୍ତୁ ଜମି ନଛାଡିବାରୁ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ସତର୍କ ସୂଚନା ପୋଷ୍ଟର ମରାଯାଇଛି ।

ଅନ୍ୟପଟେ ସତର୍କ ସୂଚନାକୁ ଖାତିର କରୁନାହାଁନ୍ତି ଗ୍ରାମବାସୀ ଏବଂ ଦୃଢ଼ ପ୍ରତିବାଦ କରି କହିଛନ୍ତି, "ଲାଞ୍ଜିଗଡ଼ ବ୍ଲକର ପ୍ରତ୍ୟେକ ଜାଗାରେ ଶହ ଶହ ହେକ୍ଟର ଜଙ୍ଗଲ କଟାଯାଉଥିବାବେଳେ, ପ୍ରଥମେ ସେଠାରେ 144 ଧାରା ଜାରି କରାଯାଉ । ଏହାପରେ ଆମେ ଜଙ୍ଗଲ ଛାଡ଼ିଦେବୁ । ନଚେତ ଜୀବନ ଯାଉ ପଛେ ଜମି ଛାଡ଼ିବୁ ନାହିଁ ।"

ଇଟିଭି ଭାରତ, କଳାହାଣ୍ଡି

For All Latest Updates

TAGGED:

ABOUT THE AUTHOR

...view details