ଭବାନୀପାଟଣା:ପ୍ରଥମେ ପ୍ରେମ ପରେ ଶାରିରୀକ ସମ୍ପର୍କ ଧୋକା ଦେବା ଯୁବକଙ୍କୁ ପଡିଲା ମହଙ୍ଗା । ପ୍ରେମିକାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ବର ୪୨୦ଙ୍କୁ(Groom Arrest) ରୋଷଣୀରୁ ଉଠାଇ ନେଲା ପୋଲିସ । ଯୁବକ ଜଣକ ଯୁବତୀଙ୍କୁ ପ୍ରେମ କରିବା ସହ ବିବାହର ପ୍ରତିଶୃତି ଦେଇଥିଲେ ଓ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ।
ଏହାପରେ ଯୁବତୀଙ୍କୁ ପ୍ରତାରଣା କରି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାହାରିଥିଲେ । ତେବେ ଅଭିଯୋଗ ଆଧାରରେ ସମ୍ପୃକ୍ତ ଯୁବକକୁ ରୋଷଣୀରୁ ଉଠାଇ ନେଇଛି ପୋଲିସ । ସୂଚନା ଅନୁସାରେ, ରାୟଗଡା ଜିଲ୍ଲା କାଶୀପୁର ଚାନ୍ଦଗିରି ଗାଁର ଜଣେ ଯୁବତୀଙ୍କୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଡୁମେରପଦର ଗାଁର ରାଜ କିଶୋର ନାଏକ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ।