ଓଡିଶା

odisha

ETV Bharat / state

କଳାହାଣ୍ଡିରେ ୩୫୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୧ କୋଟି ଟଙ୍କାର ଋଣ - ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ

ସଶକ୍ତ ହେଉଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । କଳାହାଣ୍ଡିରେ ୩୫୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

loan to self help group
ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୧ କୋଟି ଟଙ୍କାର ଋଣ

By

Published : Jul 12, 2023, 1:06 PM IST

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୧ କୋଟି ଟଙ୍କାର ଋଣ

ଭବାନୀପାଟଣା:ରାଜ୍ୟରେ ସଶକ୍ତ ହେଉଛନ୍ତି ମହିଳା । ସ୍ବୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇ ବିଭିନ୍ନ ପ୍ରକାର ବ୍ୟବସାୟ କରି ରୋଜଗାରକ୍ଷମ ହୋଇଛନ୍ତି । ପରିବାରର ଆବଶ୍ୟକତା ପୂରଣ କରିଛନ୍ତି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ୩୫୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଯାହା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ବଳ ଯୋଗାଇଛି । ଏନେଇ ରାଜ୍ୟ ସରକାରଙ୍କୁ ମହିଳାମାନେ ଧନ୍ୟବାଦ ଦେଇଛନ୍ତି ।

ଏହା ବି ପଢନ୍ତୁ...ପ୍ରବାସୀ ଶ୍ରମିକଙ୍କ ଅନ୍ନଦାତା ସାଜିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା

ଗୃହିଣୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ନିଜ ଗୋଡ଼ରେ ଛିଡା ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ମହତକାଂକ୍ଷୀ ଯୋଜନା ମିଶନ ଶକ୍ତି ଏବେ ମହିଳାଙ୍କ ବିକାଶ ଦିଗରେ ଏକ ବଡ଼ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇ ପାରିଛି । ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ପ୍ରତ୍ୟେକଟି ମହିଳା ମିଶନ ଶକ୍ତି ମାଧ୍ୟମରେ ବିନା ସୁଦ୍ଧାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଋଣ ପାଉଛନ୍ତି । ଆମ ଓଡ଼ିଶା ନବୀନ ଓଡିଶା ମାଧ୍ୟମରେ ମିଶନ ଶକ୍ତି ମହିଳାଙ୍କୁ କୋଟି କୋଟି ଟଙ୍କାର ଋଣ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । କଳାହାଣ୍ଡି ଜଲ୍ଲା ଭବାନୀପାଟଣା ଟାଉନହଲରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ୩୫୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ...ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଋଣ ମେଳା, ପ୍ରଦାନ କରାଗଲା ୩୫ କୋଟି

ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୧୧ କୋଟି ୯୮ ଲକ୍ଷ ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ଭବାନୀପାଟଣାଠାରେ ଥିବା ଟାଉନ ହଲ ପରିସରରେ ମିଶନ ଶକ୍ତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ସଭାରେ ମିଶନ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୌରଧ୍ୟକ୍ଷା ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ପ୍ରମୁଖ ଯୋଗ ଦେଇଥିଲେ । ୧୨ବ୍ୟାଙ୍କ ମାଧ୍ୟମରେ ୩୫୯ଟି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୧ କୋଟି ୯୮ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ବିନା ସୁଧରେ ଋଣ ପାଇ ବିଭିନ୍ନ ବ୍ୟବସାୟ ଆରମ୍ଭ କରିବାକୁ SHG ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details