ଓଡିଶା

odisha

ETV Bharat / state

ଚାରିଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ପରିବାରକୁ ମିଳିବ ଆର୍ଥିକ ସହାୟତା

ସିଙ୍ଗାରୀ ଘାଟିରେ ପିକଅପ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ହେବା ପରେ ସ୍ଥିତି ପରଖିଛି ପ୍ରଶାସନ । ଅଧିକ ପଢନ୍ତୁ

ଚାରିଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ପରିବାରକୁ ମିଳିବ ଆର୍ଥିକ ସହାୟତା
ଚାରିଜଣଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ, ପରିବାରକୁ ମିଳିବ ଆର୍ଥିକ ସହାୟତା

By

Published : May 19, 2022, 3:36 PM IST

ଭବାନୀପାଟଣା:ସିଙ୍ଗାରୀ ଘାଟିରେ ପିକଅପ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁହେବା ପରେ ସ୍ଥିତି ପରଖିଛି ପ୍ରଶାସନ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବିଡିଓ ଶୁଭକାନ୍ତ ନାୟକ, କଲମପୁର ବିଡିଓ ପ୍ରସନ୍ନ ପଟେଲ, କଲମପୁର ତହସିଲଦାର କରିସ୍କା ବେଶ୍ରା ଓ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ବାର୍ଷିକଣା ଗ୍ରାମକୁ ଯାଇ ସ୍ଥିତି ପରଖିଛନ୍ତି ।

ସୂଚନାଅନୁସାରେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାର୍ଶିକୋନା ଗାଁ । ଯେଉଁଠି କି ପିଡ଼ିଏସ ଚାଉଳ ଆଣିବାକୁ ହେଲେ ହିତାଧିକାରୀଙ୍କୁ ଯିବାକୁ ପଡେ ମାଇଲ ମାଇଲ ବାଟ । ପ୍ରତ୍ୟେକ ମାସ ଭଳି କିଛି ଗ୍ରାମବାସୀ ପିକଅପ ଭ୍ୟାନ ଭଡା କରି ସିନ୍ଧିପଦର ପଞ୍ଚାୟତକୁ ପିଡ଼ିଏସ ଚାଉଳ ଆଣିବାକୁ ଯାଇଥିଲେ । ପିଡିଏସ ଚାଉଳ ନେଇ ଥୁଆମୂଳ ରାମପୁର ଦେଇ ଫେରିବା ସମୟରେ ସିଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ପିକଅପ ଭ୍ୟାନଟି ଓଲଟି ପଡିଥିଲା । ଫଳରେ ଦୁର୍ଘଟଣାରେ ଚାରିଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ସିଙ୍ଗାରି ଘାଟିରେ ପିକଅପ ଓଲଟିବା ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ତେବେ ଏହି ଘଟଣା ପରେ କେବେ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନଥିବା ଗାଁରେ ପ୍ରଶାନିକ ଅଧିକାରୀମାନେ ଗାଁକୁ ପହଞ୍ଚି ମୃତକଙ୍କ ପରିବାରକ ସହ ଆଲୋଚନା କରିବା ସହ ତୁରନ୍ତ ଗ୍ରାମବାସୀଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଚାଉଳ ନିକଟସ୍ଥ ପଞ୍ଚାୟତ ମାଧ୍ୟମରେ ପ୍ରଦାନ କରାଯିବା ସହ ଆର୍ଥିକ ସହାୟତା ଯୋଗାଇବାକୁ ସୂଚନା ଦେଇଛନ୍ତି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details