ଭବାନୀପାଟଣା: କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ଗାଁରେ ବନ୍ଧୁକ ମୁନରେ ଡାକ୍ତରାଣୀଙ୍କ ଘରୁ ସୁନା ଲୁଟ ଘଟଣାରେ ଜଣଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ । ଅଭିଯୁକ୍ତର ନାଁ ବୈକୁଣ୍ଠ ଦୋରା ଓ ସେ ସେହି ଗ୍ରାମର ବୋଲି ଜଣାପଡିଛି । ଏନେଇ ଗିରଫ ଅଭିଯୁକ୍ତକୁ ପଚରା ଉଚରା ଜାରି ରଖିଛି ପୋଲିସ ।
ଘଟଣା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ଗାଁର ହୋମିଓପ୍ୟାଥିକ ଡ଼ାକ୍ତରାଣୀଙ୍କ ଠାରୁ ଗତ ଫେବୃଆରୀ ୨୮ ତାରିଖ ଦିନ ବନ୍ଧୁକ ଦେଖାଇ ସୁନା ଲୁଟି ନେଇଥିଲେ ଦୁର୍ବୃତ୍ତ । ଏନେଇ ଡାକ୍ତର ଜଣକ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ଅନୁଯାୟୀ ସେହି ଗାଁର ଅଭିଯୁକ୍ତ ବୈକୁଣ୍ଠ ଦୋରା ଏହି କାଣ୍ଡ ଘଟାଇଥିବା ଜାଣିବାକୁ ପାଇ ପୋଲିସ ତାଙ୍କୁ ତାଙ୍କ ଘରୁ ଗିରଫ କରିଛି ।