ଓଡିଶା

odisha

By

Published : Nov 14, 2022, 9:59 AM IST

ETV Bharat / state

ପ୍ରେମିକ ଘର ଆଗରେ ରହିଲା ପ୍ରେମିକାର ମୃତଦେହ, ପ୍ରଶାସନର ହସ୍ତକ୍ଷେପ ପରେ ସଂସ୍କାର

ଯୁବତୀଙ୍କୁ ପ୍ରମିକ ଓ ତାର ପରିବାର ଲୋକେ ହତ୍ୟା କରିଥିବା ଅଭିଯୋଗ । ପ୍ରେମିକ ଫେରାର ରହିଥିବାବେଳେ ମୃତଦେହ ରଖି ନ୍ୟାୟ ଦାବି କଲେ ମୃତ ଯୁବତୀଙ୍କ ପରିବାର । ପ୍ରାୟ ୩୦ ଘଣ୍ଟା ପରେ ପ୍ରଶାସନର ହସ୍ତକ୍ଷେପ ପରେ ମୃତଦେହ ସଂସ୍କାର ପାଇଁ ଯାଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ଯୁବତୀଙ୍କୁ ମାରିଦେଲେ ପ୍ରମିକର ପରିବାର ! ପ୍ରେମିକ ଫେରାର
ଯୁବତୀଙ୍କୁ ମାରିଦେଲେ ପ୍ରମିକର ପରିବାର ! ପ୍ରେମିକ ଫେରାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଟିଙ୍ଗିପଦର ଗାଁ ମୁଣ୍ଡ ଚାଷ ଜମିରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ମୃତ ଯୁବତୀ ଜଣକ ସେହି ଗାଁର ପ୍ରେମଶିଳା ମାଝୀ ବୋଲି ଜଣାପଡିଥିଲା । ପ୍ରେମଶିଳାଙ୍କୁ ତାଙ୍କ ପ୍ରେମିକ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତ ଫେରାର ରହିଥିବା ଜଣାପଡ଼ିଛି । ନ୍ୟାୟ ଦାବିରେ ମୃତଦେହକୁ ଅଭିଯୁକ୍ତ ପ୍ରେମିକର ଘରେ ରଖିଥିଲେ । ପ୍ରାୟ ୩୦ ଘଣ୍ଟା ପରେ ପ୍ରଶାସନର ହସ୍ତକ୍ଷେପ ପରେ ମୃତଦେହ ସଂସ୍କାର ପାଇଁ ଯାଇଥିବା ଜଣାପଡ଼ିଛି ।

ଯୁବତୀଙ୍କୁ ମାରିଦେଲେ ପ୍ରମିକର ପରିବାର ! ପ୍ରେମିକ ଫେରାର

ସୂଚନା ଅନୁଯାୟୀ ଟିଙ୍ଗିପଦର ଗାଁ ପ୍ରେମଶିଳା ମାଝୀ ଓ ସେହି ଗାଁର ସୁନିଲ ଦାସଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିଲା ପ୍ରେମ ସମ୍ପର୍କ । ଉଭୟ ଏକାଠି ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେବାକୁ ଯାଇ ଗତ ଅଗଷ୍ଟ ମାସ ୧୮ ତାରିଖ ଦିନ ଘରୁ ଫେରାର ହୋଇଯାଇଥିଲେ । ତେବେ ଏନେଇ ପ୍ରେମଶିଳାଙ୍କ ବାପା ଯାଦବ ମାଝୀ କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେଣୁ ପୋଲିସ ଉଭୟ ପୁଅ ଓ ଝିଅର ପରିବାରକୁ ଡାକି ଥାନାରେ ଆପୋଷ ବୁଝାମଣା କରାଇଥିଲେ ।

ଏଥିସହ ଚଳିତ ନଭେମ୍ବର ମାସ ୯ ତାରିଖରେ କୋର୍ଟରେ ବିବାହ କରାଯିବା ପାଇଁ ସ୍ଥିର ହୋଇଥିଲା । ହେଲେ ୯ ତାରିଖ ବିଳମ୍ବିତ ରାତିରେ ପ୍ରେମଶିଳା ଏକୁଟିଆ ପ୍ରେମିକ ସୁନିଲ ଦାସଙ୍କ ଘରେ ପହଞ୍ଚିଥିଲା । ଏହାପରେ ୧୦ ତାରିଖ ଦିନ ପ୍ରେମିଶିଳାଙ୍କ ମୃତଦେହ ଗାଁ ମୁଣ୍ଡରେ ଥିବା ଚାଷ ଜମିରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବର ପାଇ ମୃତ ପ୍ରେମିଶିଳାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ତେବେ ମୃତ ପ୍ରେମିଶିଳାର ବାପା ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।

ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରି ପୋଲିସ ମୃତଦେହ ଝିଅର ପରିବାରକୁ ହସ୍ତାନ୍ତର କରିଥିଲା । ହେଲେ ମୃତ ଯୁବତୀ ୪ ମାସର ଗର୍ଭବତୀ ଥିବାରୁ ପରିବାର ଲୋକେ ଅନ୍ତିମ ସଂସ୍କାର ନକରି ସେହି ଦିନ ଅର୍ଥାତ ୧୧ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ସମ୍ପୃକ୍ତ ପୁଅ ଘରେ ମୃତଦେହ ରଖି ଦେଇଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ଦୋଷୀକୁ ଗିରଫ କରି କୋର୍ଟ ଚାଲାଣ କରିବା ଦାବିରେ ମୃତଦେହ ସଂସ୍କାର ପାଇଁ ନନେଇ ପ୍ରେମିକ ଘର ସମ୍ମୁଖରେ ରଖି ଦେଇଥିଲେ ।

ପ୍ରାୟ ୩୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ମୃତଦେହ ପଡି ରହିଥିବାରୁ ଘଟଣାସ୍ଥଳରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପହଞ୍ଚି ପରିବାର ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ପୋଲିସ ଘଟଣାକୁ ନେଇ ପ୍ରାଥମିକ ତଦନ୍ତରୁ ପ୍ରେମିକର ବାପା ତୀର୍ଥ ଦାସ ଓ ମାଆ ଲତା ଦାସଙ୍କୁ ଅଟକ ରଖିବା ପରେ ଝିଅର ପରିବାର ଲୋକେ ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରିଥିଲେ । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁନିଲ ଦାସ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ନେଇ ପୋଲିସ ସୂଚନା ଦେଇଥିବାବେଳେ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details