ଓଡିଶା

odisha

ETV Bharat / state

ପୁଣି କଳାହାଣ୍ଡିରେ ଲିଫ୍ଟ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ - kalahandi rape case

କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏସମ୍ପର୍କରେ ଅଧିକ ପଢନ୍ତୁ...

କଳାହାଣ୍ଡିରେ ଲଜ୍ଜା, ଦୁଷ୍କର୍ମର ଶିକାର ହେଲେ ଯୁବତୀ

By

Published : Oct 22, 2019, 11:09 PM IST

କଳାହାଣ୍ଡି: ପୁଣି ଚର୍ଚ୍ଚାରେ କଳାହାଣ୍ଡି । ଜିଲ୍ଲାର ଜୟପାଟଣା ଥାନାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଗତ ୪ ତାରିଖରେ ଯୁବତୀ ଭୁବନେଶ୍ବରରୁ ଜୟପାଟଣା ଯାଉଥିଲେ। ବାଟରେ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଲିଫ୍ଟରେ ଘରେ ଛାଡିଦେବ କହି ଅଧବାଟରେ ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ କଲେ ପୀଡିତା ।

କଳାହାଣ୍ଡିରେ ଲଜ୍ଜା, ଦୁଷ୍କର୍ମର ଶିକାର ହେଲେ ଯୁବତୀ


ପୀଡିତାଙ୍କ କହିବା କଥା ହେଲା, ଭବାନୀପାଟଣାରେ ସେ ବସରୁ ଓହ୍ଲାଇ ଶୌଚାଳୟ ଯାଇଥିଲେ ଏବଂ ଫେରିବା ବେଳେ ତାଙ୍କର ବସ ଫେଲ ହୋଇଗଲା । ଏହାପରେ ଲିଫ୍ଟ ମାଗି ଏକ କାର ଯୋଗେ ଜୟପାଟଣା ଯାଇଥିଲେ । ଅଧାରାସ୍ତାରେ ତାଙ୍କ ସହ ଦୁଷ୍କର୍ମ ହେବା ସହ ଅଭିଯୁକ୍ତ ଜଣକ ପୀଡିତାଙ୍କୁ ସ୍ତ୍ରୀର ପରିଚୟ ଦେଇ ନିଜ ଘରେ ରଖି ପୁଣି ଦୁଷ୍କର୍ମ କରିଥିଲା । ଏହାସହ ଫଟୋ ଓ ଭିଡିଓ ଉଠାଇ ଅଭିଯୁକ୍ତ ଭାଇରାଲ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା । ଏନେଇ ଜୟପାଟଣା ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।


କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details