ଭବାନୀପାଟଣା: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଏବେଠାରୁ ଆରମ୍ଭ ହେଲାଣି ରାଜନୈତିକ ଅଙ୍କ କଶା । ଯଦିଓ ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ ତଥାପି ଏବେଠାରୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଯୋରଜାର ପ୍ରସ୍ତୁତ ହେଲେଣି ରାଜନେତା । ବିଜେଡିର ଜନ ସଂପର୍କ ପଦଯାତ୍ରା ଓ ବିଜେପି ଗାଁକୁ ଚାଲ କାର୍ଯ୍ୟକ୍ରମ ଆୟୋଜନ କରି ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ସମେତ ପଦଯାତ୍ରା ଆୟୋଜନ କରିବାରେ ଲାଗିଛନ୍ତି କଂଗ୍ରେସ ନେତା । ଏହି ପରିପ୍ରକ୍ଷୀରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ସହ ସମାବେଶ ଅନୁଷ୍ଠିତ ହୋଇଯାଇଛି ।
କଳାହାଣ୍ଡି ଜିଲ୍ଲାର ବିଶ୍ଵନାଥପୁର ଠାରୁ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରାଜ୍ୟ କଂଗେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ, ଚାଞ୍ଚେର ମାଝୀ ସାମିଲ ହୋଇଥିବା ବେଳେ ଦୀର୍ଘ ୬ କିଲୋମଟର ପଦଯାତ୍ରାରେ ବାହାରି ଚମ୍ପାଦେଇପୁର ଠାରେ ପହଞ୍ଚିବା ପରେ ସେଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ଦେଶରେ ମୋଦି ସରକାର ସମସ୍ତ ବିଭାଗକୁ ଘରୋଇ କାରଣ କରୁଛନ୍ତି । ଦେଶରେ ପ୍ରତ୍ୟେକ ଜିନିଷର ଦର ବୃଦ୍ଧି ଦେବାରେ ଲାଗିଛି । ଏହାସହ ରାଜ୍ୟରେ ଥିବା ବିଜେଡି ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସମସ୍ୟାରେ କଳାହାଣ୍ଡି ଜିଲ୍ଲାରେ ଆଜି ମଧ୍ୟ ଲୋକେ ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି ।