ଓଡିଶା

odisha

ETV Bharat / state

ଲିଫ୍ଟ ଦେଇ ଲୁଟିଲେ ଇଜ୍ଜତ, ଜାରିଂ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ - କଳାହାଣ୍ଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ସାହାର୍ଯ୍ୟ ଦେବାକୁ କହି ରାକ୍ଷସ ସାଜିଲେ ଯୌନ ପିପାସୁ । ଗାଡ଼ିରେ ଲିଫ୍ଟ ଦେଇ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ଭିଡ଼ିଓ ଭାଇରାଲ ପରେ ଏସପିଙ୍କ ନେତୃତ୍ବରେ ତଦନ୍ତ ଜାରି, ଜଣେ ଅଟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Sep 23, 2019, 10:57 AM IST

Updated : Sep 23, 2019, 10:58 PM IST

କଳାହାଣ୍ଡି: ଜିଲ୍ଲାର ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ସାହାଯ୍ୟ କରିବା ବାହାନା ଦେଖାଇ ଇଜ୍ଜତ ଲୁଟିଲେ ଯୌନ ରାକ୍ଷସ । କୋକସରା ବ୍ଲକର ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରି ଭିଡ଼ିଓ ଭାଇରାଲ କରିଥିଲେ ଦୁର୍ବୁତ୍ତ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏହାର ତଦନ୍ତ ଆରମ୍ଭ କରିଛନ୍ତି ଖୋଦ କଳାହାଣ୍ଡି ଏସପି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ ପୀଡିତା ଜଣଙ୍କ କିଛି ବ୍ୟକ୍ତିଗତ କାମ ପାଇଁ ଭବାନୀପାଟଣା ଯାଇଥିଲେ । ଫେରିବା ବେଳକୁ ବସ ଫେଲ ହୋଇ ଯାଇଥିଲେ । ପରେ ବସଷ୍ଟାଣ୍ଡରେ କିଛି ଚିହ୍ନା ଲୋକଙ୍କୁ ଦେଖି ଲିଫ୍ଟ ମାଗିଥିଲେ ଯୁବତୀ । ପରିଚିତ ଲୋକେ ଯୁବତୀଙ୍କୁ କାରରେ ନେବା ବାଟରେ ସେମାନଙ୍କର କିଛି ସହଯୋଗୀ ଜାରିଂ ଜଙ୍ଗଲରେ ଜଗି ରହିଥିଲେ। ପରେ ପୀଡିତାଙ୍କ ସହ ଘଟାଇଥିଲେ ଅମାନୁଷିକ କାଣ୍ଡ।

ଏହାର ଭିଡ଼ିଓ ଭାଇରାଲ ହେବା ପରେ ଏ ଘଟଣା ବିଷୟରେ ଜଣାପଡ଼ିଛି । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ମାମଲା ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ଜଣଙ୍କୁ ଅଟକ ରଖିଛି ।


କଳାହାଣ୍ଡି ଅଜିତ ସିଂହ, ଇଟିଭି ଭାରତ

Last Updated : Sep 23, 2019, 10:58 PM IST

ABOUT THE AUTHOR

...view details