ଭବାନୀପାଟଣା:ପୁଣି ନିର୍ଯାତନାର ଶିକାର ଜାଲରେ ପଡିଯାଇଛନ୍ତି ଦାଦନ । ନିଯୁକ୍ତି ଦେବା ବାହାନାରେ ଜଣେ ଦଲାଲ ସ୍ଥାନୀୟ ଅଞ୍ଚଳରୁ 2ଟି ଯୁବକଙ୍କୁ ନେଇ ମଧ୍ୟପ୍ରଦେଶର ଇନ୍ଦୋର ଛାଡି ଦେଇଥିବା ଅଭିଯୋଗ ହୋଇଛି । ଠିକାଦାରଠାରୁ ଉଦ୍ଧାର କରିବା ପାଇଁ ନିର୍ଯାତିତ ଯୁବକ ପରିବାର ଲୋକଙ୍କୁ ଫୋନ ଯୋଗେ ଜଣାଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ, ଗତ 16 ତାରିଖ ଦିନ ଟେଣ୍ଡାପାଲି ପଞ୍ଚାୟତ ଛତାଗହୀର ଗ୍ରାମର କୃଷ୍ଣ ଦୁର୍ଗା ନାମକ ଜଣେ ଦଲାଲ ଏହି ଅପରାଧ କରିଥିବା ଜଣାପଡିଛି । ସେ ନିକଟସ୍ଥ ଜୟନ୍ତପୁର ପଞ୍ଚାୟତ ରଇନଗୁଡା ଗ୍ରାମର ଦିଗାମ୍ବର ମାଝୀଙ୍କ ପୁଅ ଭାରତ ମାଝୀ ଓ ଚତୁର ମାଝୀଙ୍କୁ ନେଇ ଉମରକୋଟଠାରେ ନିଯୁକ୍ତି ଦେବା ବାହାନା କରି ସାଙ୍ଗରେ ନେଇଥିଲେ । ସେଠାରୁ ପ୍ରବର୍ତ୍ତାଇ ପୁଣି ଏକ ବୋଲେରୋ ମାଧ୍ୟମରେ ମଧ୍ୟପ୍ରଦେଶର ଇନ୍ଦୋରକୁ ନେଇ ଏକ ଠିକଦାର ପାଖରେ ଛାଡ଼ିଦେଇ ଦଲାଲ ଜଣକ ସେଠାରୁ ଚମ୍ପଟ ମାରିଥିବା ଜଣାପଡିଛି ।