ଭବାନୀପାଟଣା: କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରିପୋର୍ଟ ପଜିଟିଭ ଆସିବା ପରେ ସାଂସଦ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଶୁକ୍ରବାର ରାତିରୁ ହାଇଦ୍ରାବାଦ ସ୍ଥିତ ଜୁବଲିହିଲସ୍ରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କୁ କୋରୋନା
କୋଭିଡ ଆକ୍ରାନ୍ତ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ କୋରୋନା ପଜିଟିଭ
ଦେହ ଅସୁସ୍ଥ ଥିବାରୁ ସେ କୋଭିଡ ଟେଷ୍ଟ କରାଇଥିଲେ । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି । ସେପଟେ ଦିନକୁ ଦିନ ବଢ଼ିବାରେ ଲାଗି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯାହାକି ଏବେ ପ୍ରଶାସନ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ପାଇଁ ଏକ ପ୍ରକାର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମଣିପୁର ଓ ମିଜୋରାମର ପ୍ରଭାରୀ ଥିବା ଭକ୍ତ ଦାସ ବିହାରର ପ୍ରଭାରୀ ଦାୟିତ୍ବରେ ରହିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ
Last Updated : Apr 3, 2021, 2:42 PM IST