ଭବାନୀପାଟଣା:ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୁନାଗଡ଼ ରେଞ୍ଜର ଘନା ସଂରକ୍ଷିତ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ବନବିଭାଗ କର୍ମଚାରୀ ଜଗନ୍ନାଥ ତ୍ରିପାଠୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଗୋଳାମୁଣ୍ଡା ଗାଁ ନିକଟକୁ ହାତୀ ଆସିଥିବା ନେଇ ଖବର ପାଇ ବନ ବିଭାଗର ୧୨ ଜଣିଆ ଟିମ ଘଉଡାଇବା ପାଇଁ ଘନା ସଂରକ୍ଷିତ ଜଙ୍ଗଲରକୁ ଯାଇଥିଲେ । ତେବେ ହାତୀ ଘଉଡାଇବା ସମୟରେ ହାତୀର ଆକ୍ରମଣରେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ନେଇ ବନ ବିଭାଗ ପ୍ରକାଶ କରିଛି ।