ଓଡିଶା

odisha

ETV Bharat / state

ଉତ୍ତର ବନଖଣ୍ଡରେ ଦନ୍ତାହାତୀ ଅସୁସ୍ଥ, ଚିକିତ୍ସା କରୁଛି ବନ ବିଭାଗ - କଳାହାଣ୍ଡି ନ୍ୟୁଜ

କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡ ଅନ୍ତର୍ଗତ ଗନ୍ଧରବାରୁ ଠାରେ ହାତୀ ଅସୁସ୍ଥ । ଚିକିତ୍ସା କରୁଛି ବନ ବିଭାଗ । ଅଧିକ ପଢନ୍ତୁ

ଉତ୍ତର ବନଖଣ୍ଡରେ ହାତୀ ଅସୁସ୍ଥ
ଉତ୍ତର ବନଖଣ୍ଡରେ ହାତୀ ଅସୁସ୍ଥ

By ETV Bharat Odisha Team

Published : Nov 25, 2023, 11:05 AM IST

ଉତ୍ତର ବନଖଣ୍ଡରେ ହାତୀ ଅସୁସ୍ଥ

ଭବାନୀପାଟଣା:ରାଜ୍ୟରେ ଅସୁରକ୍ଷିତ ଗଜରାଜ । କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡ ଅନ୍ତର୍ଗତ ଗନ୍ଧରବାରୁ ଗାଁ ନିକଟସ୍ଥ କପା କ୍ଷେତରେ ଏକ ଦନ୍ତାହାତୀ ଅସୁସ୍ଥ ହୋଇପଡିଛି । ଗାଁ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଛି । ତେବେ ହାତୀର ଶରୀରରେ ଗଭୀର କ୍ଷତ ଦେଖିବାକୁ ମିଳିଛି ।

ତେବେ ମୃତ୍ୟୁ ସହିତ ଲଢେ଼ଇ କରୁଛି ଗଜରାଜ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ବନାଞ୍ଚଳ କମର୍ଦ୍ଧା ପଞ୍ଚାୟତ ଗନ୍ଧରବାରୁ ଗାଁ ନିକଟସ୍ଥ ଏକ କପା କ୍ଷେତରେ ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ଚାଲିଛି । ଏହି ଦନ୍ତାଟିକୁ ଗୁରୁତର ଅବସ୍ଥାରେ ପ୍ରଥମେ ଗ୍ରାମବାସୀ ଦେଖିଥିଲେ । ଏ ବିଷୟରେ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ସୂଚନା ଦେଇଥିଲେ । ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି । ତେବେ କେଉଁ କାରଣରୁ ହାତୀଟି ଆହତ ହୋଇଛି ତାହା ଜଣାପଡି ନାହିଁ ।

କଳାହାଣ୍ଡି ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ହାତୀ ଆତଙ୍କ । ଜଙ୍ଗଲ ଛାଡ଼ି ଏବେ ଗାଁ ମୁଁହା ହେବାରେ ଲାଗିଛନ୍ତି ହାତୀ । ଯାହାଫଳରେ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା କାରଣରୁ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଥିବା ବେଳେ ଅନେକ ସମୟରେ ଜଙ୍ଗଲୀ ଜନ୍ତୁ ଓ ମଣିଷର ଲଢେଇ ଭିତରେ ବ୍ୟାପକ ଧନଜୀବନ ନଷ୍ଟ ହେଉଛି ।

ଏହା ମଧ୍ୟ ପଢନ୍ତୁ -ଧାନ ଫସଲ ଖାଇଗଲେ ହାତୀ, ଚିନ୍ତାରେ ଚାଷୀକୁଳ ।

ଏହା ମଧ୍ୟ ପଢନ୍ତୁ - ଖଇରମୁଣ୍ଡା ଜଙ୍ଗଲରେ ମାଈ ହାତୀ ଅସୁସ୍ଥ, ବନ ବିଭାଗ ପକ୍ଷରୁ ଚିକିତ୍ସା ଜାରି

ହାତୀର ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ବନ ବିଭାଗ ପକ୍ଷରୁ ଏଲିଫେଣ୍ଟ ସ୍କ୍ବାର୍ଡ ନିଯୁକ୍ତ କରାଯାଇଥିବା ବେଳେ ସେହି କର୍ମଚାରୀଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ହାତୀ ଜନବସତିକୁ ଚାଲି ଆସୁଥିବା ଅଭିଯୋଗ ହେଉଛି । ଗତ ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ଗଜରାଜଙ୍କ ଆତଙ୍କରାଜ ଦେଖିବାକୁ ମିଳିଥିବା ବେଳେ ଏବେ ସଙ୍କଟରେ ଗଜରାଜ । ଜୀବନ ମରଣ ସହ ଲଢେ଼ଇ କରୁଛି ହାତୀ । ତେବେ ପୂର୍ବରୁ ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ପ୍ରାୟ ୧୨ ଟି ହାତୀଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details