ଓଡିଶା

odisha

ETV Bharat / state

କାଠ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କଲା ବନବିଭାଗ - ବନ ବିଭାଗକୁ ସଫଳତା

ବନ ବିଭାଗକୁ ସଫଳତା । କଳାହାଣ୍ଡି ଜିଲ୍ଲାରେ ପଣ୍ଡ କଲା ଚୋରା କାଠ କାରବାର । ଅଧିକ ପଢନ୍ତୁ...

ବନ  ବିଭାଗର ଚଢାଉ
ବନ ବିଭାଗର ଚଢାଉ

By

Published : Dec 16, 2020, 11:15 AM IST

ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବଢୁଛି ଚୋରା କାରବାର । ଚୋରା କାଠ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ନର୍ଲା ରୋଡ ଅଞ୍ଚଳରେ ବନ ବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ କରିଛି ।

ବନ ବିଭାଗର ଚଢାଉ

ବାରମ୍ବାର ଚୋରା କାଠ କାରବାର ହେଉଥିବା ନେଇ ବନବିଭାଗକୁ ଖବର ମିଳିଥିଲା । ଖବର ପାଇ ଉତ୍ତର ବନ ଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ବନବିଭାଗ ଏକ ସ୍ବତନ୍ତ୍ର ଦଳ ଗଠନ କରି ଅଚାନକ ଚଢାଉ କରିଥିଲା । ଚଢାଉରେ ବହୁ ମୂଲ୍ୟବାନ କାଠ ଜବତ କରିଛି ବନ ବିଭାଗ ।

ଏହାସହ କାଠ ତିଆରି 126ଖଣ୍ଡ ସାମଗ୍ରୀ ମଧ୍ୟ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ । କାଠ ମାଫିଆ ମଥୁରା ଛତ୍ରୀୟାଙ୍କ ଦ୍ଵାରା ସ୍ଥାନୀୟ ଜଙ୍ଗଲରୁ ଚୋରା କାଠ କାରବାର କରୁଥିବା ସୂଚନା ଦେଇଛି ବନବିଭାଗ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

ABOUT THE AUTHOR

...view details