ଭୁବନେଶ୍ବର/କଳାହାଣ୍ଡି: ଆସନ୍ତା ଅଗଷ୍ଟ ୩୧ରୁ କଳାହାଣ୍ଡି ଉତ୍କେଲା ବିମାନ ବନ୍ଦରରୁ ଉଡ଼ିବ ବିମାନ । ଅଗଷ୍ଟ ୭ରେ DGCA ଏହାକୁ ଲାଇସେନ୍ସ ଦେଇଛି । ଅଗଷ୍ଟ ୧୫ରୁ ବିମାନ ଉଡ଼ାଇବାକୁ ଅନୁମତି ମିଳିଛି । ଏଥିରେ ୯ଟି ସିଟ୍ ରହିବ । ଏହାକୁ ଇଣ୍ଡିଆ ୱାନ୍ ଚଳାଇବ । ଏଥିରେ ଯାତ୍ରୀଙ୍କ ପାଇଁ ଟିକେଟର ଦାମ ୯୯୯ ଟଙ୍କା ରହିଥିବାବେଳେ ଏହା ସକାଳ ୭ଟା ୧୫ ମିନିଟରେ ଭୁବନେଶ୍ବର ଛାଡ଼ି ୮ଟା ୨୫ ମିନିଟ୍ରେ ଉତ୍କେଲାରେ ପହଞ୍ଚିବ । ସେହିପରି ଉତ୍କେଲାରୁ ସକାଳ ୮ଟା ୫୦ ମିନିଟରେ ବାହାରି ୧୦ଟାରେ ଭୁବନେଶ୍ବର ପହଞ୍ଚିବ ବିମାନ ।
ତେବେ ଏନେଇ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି, "ଆଜି ଭୁବନେଶ୍ବର- କଳାହାଣ୍ଡି ଉତ୍କେଲା ବିମାନ ବନ୍ଦରକୁ ବିମାନର ଟ୍ରାଏଲ ଲ୍ୟାଣ୍ଡିଂ ହୋଇଥିଲା । ଏହି ଟ୍ରାଏ ସଫଳ ରହିଛି । ଅଗଷ୍ଟ ୩୧ ତାରିଖରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନ୍ଫରେନ୍ସିଂ ଯୋଗେ ଏହା ଉଦ୍ଘାଟନ କରିବେ । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଫ୍ଲାଗ୍ ଅଫ କରିବେ । ଯାତ୍ରୀଙ୍କ ବୁକିଂ ଉପରେ ସବୁ ନିର୍ଭର କରେ । ଏହା ରାଜ୍ୟର ପଞ୍ଚମ ବିମାନ ବନ୍ଦର । ଯାହା ସପ୍ତାହରେ ୭ ଦିନ ଯାକ ବିମାନ ସେବା ଯୋଗାଇବ ।"
ଏହା ମଧ୍ୟ ପଢ଼ନ୍ତୁ...ଉତ୍କେଲା ବିମାନ ବନ୍ଦରକୁ ଗ୍ରୀନ ସିଗନାଲ, ଆକାଶ ଛାତି ଚିରି ଉଡ଼ିବେ କଳାହାଣ୍ଡି ବାସିନ୍ଦା