ଓଡିଶା

odisha

By ETV Bharat Odisha Team

Published : Aug 27, 2023, 5:35 PM IST

ETV Bharat / state

ଉଦଘାଟନ ହେବ ଉତ୍କେଲା ବିମାନ ବନ୍ଦର, ପୂରଣ ହେବ ଜିଲ୍ଲବାସୀଙ୍କ ସ୍ବପ୍ନ

ଆସନ୍ତା ୩୧ ତାରିଖରେ ଉଦଘାଟନ ହେବ କଳାହାଣ୍ଡିର ଉତ୍କେଲା ବିମାନ ବନ୍ଦର । ଦୀର୍ଘ ଦିନରେ ସ୍ବପ୍ନ ପୂରଣ ହୋଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ । ଅଧିକ ପଢ଼ନ୍ତୁ

flight service to utkela airport
କଳାହାଣ୍ଡି ଉତ୍କେଲା ବିମାନ ବନ୍ଦର

କଳାହାଣ୍ଡି ଉତ୍କେଲା ବିମାନ ବନ୍ଦର

ଭବାନୀପାଟଣା:ଦୀର୍ଘ ଦିନ ଅପେକ୍ଷାର ଅନ୍ତ ହୋଇଛି । ଆଉ ୪ ଦିନ ପରେ ଉଦଘାଟନ ହେବ ଉତ୍କେଲା ବିମାନ ବନ୍ଦର । ଯାହାକୁ ନେଇ କଳାହାଣ୍ଡିବାସୀଙ୍କ ମନରେ ଉତ୍ସାହ ଦେଖା ଦେଇଛି । ବିମାନ ବନ୍ଦର ହେବା ଫଳରେ ଯୋଗାଯୋଗ କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗେଇବ କଳାହାଣ୍ଡି । ବିଶ୍ଵ ଦରବାରରେ ଯେଉଁ ଜିଲ୍ଲା ଦିନେ ବଦନାମ ମୁଣ୍ଡାଇ ଚାଲୁଥିଲା ଏବେ ସେହି ଜିଲ୍ଲାରେ ହୋଇଛି ବିକଶିତ । ସରକାରଙ୍କ ବିକାଶ ନକ୍ସାରେ କଳାହାଣ୍ଡି ଯୋଡ଼ି ହେବା ପରେ ଜିଲ୍ଲାର ହୋଇଛି ବୈପ୍ଲବିକ ପରିବର୍ତ୍ତନ । ଶିକ୍ଷା ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବିଶ୍ଵ ଦରବାରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି କଳାହାଣ୍ଡି । ଏବେ ଏହି ଜିଲ୍ଲାକୁ ଆକାଶ ମାର୍ଗରେ ଯୋଗାଯୋଗ ଦାବି ପୂରଣ ହୋଇଛି । ଯାହାକୁ ନେଇ ଜିଲ୍ଲାବାସୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

f

୧୯୬୨ ମସିହାରେ ସ୍ଥାପନ ହୋଇଥିଲା ଉତ୍କେଲା ଏୟାରଷ୍ଟ୍ରିପ୍‌ । ସେହି ସମୟରେ ଏହା ୧୨ରୁ ୫୦ ସିଟ୍‌ ବିଶିଷ୍ଟ ଏୟାରକ୍ରାଫ୍‍ଟ ପାଇଁ ପ୍ରଯୁଜ୍ୟ ଥିଲା । ତେବେ ୨୦୧୬-୧୭ ମସିହାରେ ରାଜ୍ୟ ସରକାର ଉଡାଣ ଯୋଜନାରେ ଉତ୍କେଲା ବିମାନ ବନ୍ଦରକୁ ସାମିଲ କରି ୩ କୋଟି ଟଙ୍କା ଅନୁଦାନ ମିଳିବା ପରେ ଆରମ୍ଭ ହୋଇଥିଲା ଏୟାରଷ୍ଟ୍ରିପର ସମ୍ପ୍ରସାରଣ । ଏହି ପରିପ୍ରେକ୍ଷୀରେ ରନ୍‌ୱେ ନିର୍ମାଣ, ପାଚେରୀ, ଡ୍ରେନ୍‌, ଦୁଇ ପାର୍ଶ୍ବରେ ରାସ୍ତା, ସିଗ୍‌ନାଲ୍‌ ରୁମ୍‌, କଣ୍ଟ୍ରୋଲ ରୁମ୍‌, ରେଷ୍ଟ ହାଉସ, ଗେଷ୍ଟ୍‌ ହାଉସ ନିର୍ମାଣ କରାଯାଇଥିଲା । ପରେ ଆହୁରି ଅନୁଦାନ ରାଶି ବଢ଼ିବା ପରେ ଟର୍ମିନାଲ ବିଲ୍ଡିଂ, ଟେକ୍ସିଇନ, ଫୁଏଲ ଷ୍ଟେସନ ଆଦି ନିର୍ମାଣ କରାଯାଇଛି । ଉଡାଣ ଯୋଜନାରେ ୧୬ କୋଟି ବ୍ୟୟରେ ବଡ଼ ଏୟାରପୋର୍ଟ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର ପରେ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇଛି । ଏବେ ସମ୍ପୂର୍ଣ୍ଣ ଭାବେ ବିମାନ ବନ୍ଦର ପ୍ରସ୍ତୁତ ହୋଇ ସାରିଛି ।

ଏହା ମଧ୍ୟ ପଢ଼ନ୍ତୁ:ଉତ୍କେଲାରୁ ଉଡିବ ବିମାନ, ସୁରକ୍ଷା ବ୍ୟବସ୍ଥାର ତଦାରଖ କଲା ବିସିଏସ

ଚଳିତ ମାସ ୩୧ ତାରିଖରେ ଉତ୍କେଲା ବିମାନ ବନ୍ଦର ଲୋକାର୍ପଣ ହେବାକୁ ଯାଉଛି । ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଭାଗୀୟ ମନ୍ତ୍ରୀ ଭିକେ ସିଂ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ସବୁଜ ପତାକା ଦେଖାଇ ବିମାନ ବନ୍ଦରର ଲୋକାର୍ପଣ କରିବେ । ସେହିପରି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଶିନ୍ଧିଆ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ କଳାହାଣ୍ଡିରେ ମନ୍ତ୍ରୀ ଟୁକୁନି ସାହୁ ସାମିଲ ହେବେ । ଦିନ ୧୦.୩୦ ମିନିଟରେ ବିମାନ ବନ୍ଦର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ସପ୍ତାହକ ଦୁଇଦିନ ଏହି ବିମାନ ଚାଲିବ । ଯାହାର ଟିକେଟ ମୂଲ୍ୟ ପ୍ରଥମ ୧୦ ଦିନ ପାଇଁ ୧୨୦୦ ଟଙ୍କା ରଖାଯାଇଛି । କେବଳ ଯେ କଳାହାଣ୍ଡି ନୁହେଁ ବରଂ ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଯୋଗାଯୋଗ କ୍ଷେତ୍ରରେ ଏହା ବେଶ ସହାୟକ ହୋଇପାରିବ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details