ଓଡିଶା

odisha

ETV Bharat / state

ଉତ୍କେଲାରେ ଉତ୍କଣ୍ଠା, ବିମାନ ଉଡାଣ ପରେ କଳାହାଣ୍ଡିରେ ଖୁସିର ଲହରୀ - କଳାହାଣ୍ଡିବାସୀଙ୍କ ମନରେ ଉତ୍ସାହ

ଉତ୍କେଲା ବିମାନବନ୍ଦରର ଉଦଘାଟନ ପରେ କଳାହାଣ୍ଡିବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଉତ୍କେଲ ବିମାନ ବନ୍ଦରରେ ପ୍ରଥମ ଯାତ୍ରୀବାହି ବିମାନ ସଫଳତା ପୂର୍ବକ ପହଞ୍ଚିଛି। ଅଧିକ ପଢନ୍ତୁ

flight service from the utkela airport started
ବିମାନ ଉଡାଣ ପରେ କଳାହାଣ୍ଡିରେ ଖୁସିର ଲହରୀ

By ETV Bharat Odisha Team

Published : Aug 31, 2023, 4:20 PM IST

ବିମାନ ଉଡାଣ ପରେ କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା:ଉତ୍କେଲା ବିମାନ ବନ୍ଦରର ଉଦଘାଟନ ପରେ କଳାହାଣ୍ଡିବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଯାହାକୁ ନେଇ କଳାହାଣ୍ଡିବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ରାଜଧାନୀ ଭୁବନେଶ୍ବରରୁ କଳାହାଣ୍ଡିକୁ ବର୍ତ୍ତମାନ ଅତି ସହଜରେ ଯୋଗାଯୋଗ କରିହେବ। ଘଣ୍ଟା ଘଣ୍ଟାର ବାଟ ବର୍ତ୍ତମାନ ମାତ୍ର 1 ଘଣ୍ଟା 10ମିନିଟରେ ଅତିକ୍ରମ କରିହେବ। ଏହି ଜିଲ୍ଲାରୁ ଆକାଶ ମାର୍ଗରେ ଯୋଗାଯୋଗର ସ୍ବପ୍ନ ପୂରଣ ହୋଇଛି ।

ଆଜି ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉତ୍କେଲ ବିମାନ ବନ୍ଦରରେ ପ୍ରଥମ ଯାତ୍ରୀବାହି ବିମାନ ସଫଳତା ପୂର୍ବକ ପହଞ୍ଚିଛି। ଏହି ଐତିହାସିକ ଦୃଶ୍ୟ ଦେଖିବାକୁ ଆବାଳ ବୃଦ୍ଧ ବନିତା ଅପେକ୍ଷା କରି ରହିଥିଲେ। 9ଟି ସିଟ୍ ବିଶିଷ୍ଟ ଏହି ବିମାନ 9ଜଣ ଯାତ୍ରୀଙ୍କୁ ନେଇ ଉତ୍କେଲା ବିମାନ ବନ୍ଦରରେ ପହଞ୍ଚିବା ପରେ କଳାହାଣ୍ଡିବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ବିକାଶର ଫର୍ଦ୍ଦରେ କଳାହାଣ୍ଡି ଯୋଡି ହୋଇଥିବାରୁ ସମସ୍ତେ ଖୁସି ଅନୁଭବ କରିଛନ୍ତି। ଏହାସହ ନୀଳ ସରାଫ ପ୍ରଥମ ଯାତ୍ରୀ ଭାବେ ବିମାନରେ ଯାତ୍ରା କରିବାର ସୁଯୋଗ ପାଇଥିବାରୁ ଖୁସି ଅନୁଭବ କରୁଥିବା କହିଛନ୍ତି। ଉତ୍କେଲା ବିମାନ ବନ୍ଦରରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ସଭା ସାଂସଦ ସୁଜିତ୍କୁମାର, ଜିଲ୍ଲାପାଳ , ଏସପି ଓ ସମସ୍ତ ବିଧାୟକମାନେ ଉପସ୍ଥିତ ରହିଥିଲେ।

ଏହା ବି ପଢନ୍ତୁ...କଳାହାଣ୍ଡି ବିକାଶରେ ନୂଆ ଫର୍ଦ୍ଦ: ଭୁବନେଶ୍ବରରୁ ଉତକେଲାକୁ ଉଡିଲା ବିମାନ, ଜାଣନ୍ତୁ କେତେ ଟିକେଟ୍ ଦାମ

କଳାହାଣ୍ଡିରେ ବିମାନ ସେବା ଆରମ୍ଭ ହୋଇଥିବାରୁ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର। ସେ କହିଛନ୍ତି, ଜଣେ କ୍ୟାପ୍ଟେନ ଭାବେ ମୁଁ ଉତ୍କେଲା ଏୟାରପୋର୍ଟରେ ଅନେକ ଥର ଲ୍ୟାଣ୍ଡିଂ କରିଛି। ଯେତେବେଳେ ପ୍ରଥମ ଥର ଲ୍ୟାଣ୍ଡ କରିଥିଲୁ ସବୁ ପାଚେରୀ କାମ ଶେଷ ହୋଇନଥିଲା। ଗାଇ ଗୋରୁ ପଶି ଆସୁଥିଲେ, ଯାହାର ପରିଚାଳନା ଜଣେ କ୍ୟାପ୍ଟେନ ପାଇଁ କେତେ କଷ୍ଟ ତାହା ଆପଣ ଭଲ ଭାବେ ଅନୁଭବ କରିପାରୁଥିବେ। କିନ୍ତୁ ଆଜି ସମସ୍ତ ସୁବିଧା ଉପଲବ୍ଧ ଥିବା ସ୍ବତନ୍ତ୍ର ଏୟାରପୋର୍ଟ ଉପଲବ୍ଧ ଅଛି। ଏବଂ ଆଜି ଯାତ୍ରୀ ଭାବେ ବିମାନରେ ବସି ମୁଁ ବି ଖୁସି ଅନୁଭବ କରୁଛି।"

ସେ ଆହୁରି ମଧ୍ୟ କହିଛନ୍ତି, "କଳହାଣ୍ଡି ଏବେ ପରିବର୍ତ୍ତମଶୀଳ। ଅଭି ତୋ ଅସଲି ଉଡାନ ବାକି ହୈ। ଅଭି ତୋ କୈ ଇମତିହାନ ବାକି ହୈ। ହମନେ ନାପି ହୈ ମୁଠି ଭର ଜମିନ, ଅଭି ତୋ କଳାହାଣ୍ଡି କା ଆଶମାନ ବାକି ହୈ।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details