ଭବାନୀପାଟଣା:ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ତେଲେଙ୍ଗାନାରେ ଓଡିଶା ଦାଦନଙ୍କୁ ବନ୍ଧକ । ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ନିର୍ଯାତନାର ଶିକାର ହେଲେ ଗୋଟିଏ ପରିବାରର ୫ ସଦସ୍ୟ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରାଣୀବାହାଲ ଗାଁରୁ। ଏବେ ଉକ୍ତ ୫ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପ୍ରଶାସନ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ ।
ସୂଚନାଅନୁଯାୟୀ, ଗତ ୪ମାସ ତଳେ ଗାଁର ନୀଲାମ୍ବର ଶବରଙ୍କୁ କୋକସରା ଥାନା ଅଞ୍ଚଲର ଲକ୍ଷ୍ମୀକାନ୍ତ ନାଏକ ଓ ବଂଶୀଧର ଅଧିକ ଟଙ୍କାର ପ୍ରଲୋଭନ ଦେଖାଇ ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ କହିଥିଲେ । ଏହାପରେ ନୀଲାମ୍ବର ଶବର ଓ ତାଙ୍କ ପତ୍ନୀ ଜୟନ୍ତୀ ମାଝୀ, ଦୁଇ ପୁଅ ଓ ଝିଅକୁ ନେଇ ତେଲେଙ୍ଗାନାର ଚେରିଏଲ ଥାନା ତାଡାପାଳିର ଏକ ଇଟା ଭାଟିକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ୨ ଦଲାଲ ଇଟା ଭାଟି ମାଲିକକୁ ଦାଦନ ଯୋଗାଇ ଦେଇ ମୋଟା ଅଙ୍କର ଟଙ୍କା ନେଇ ଫେରାର ହୋଇଯାଇଥିଲେ ।