ଭବାନୀପାଟଣା: ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ଥିବାବେଳେ ଶାନ୍ତି ଶୃଙ୍ଖଳାର ସହ ମତଦାନ ସରିଛି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ୭ଟି ଜୋନରେ ସକାଳ ୭ ଟାରୁ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ।
ଆଜି ଜୁନାଗଡ଼ ବ୍ଲକର ୩୯୦ ଟି ବୁଥରେ ୧ ଲକ୍ଷ ୭୩ ହଜାର ୬୬୦ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିବା ବେଳେ ଗୋଲାମୁଣ୍ଡା ବ୍ଲକର ୩୨୭ ଟି ବୁଥରେ ୧ ଲକ୍ଷ ୨୯ ହଜାର ୪୯୯ ଜଣ ଭୋଟର ଦେଇଛନ୍ତି ଭୋଟ । ଏହି ନିର୍ବାଚନ ମଣ୍ଡଳୀରେ ୫୫ ଟି ସମ୍ବେଦନଶୀଳ ବୁଥ ଥିବାବେଳେ ଏନେଇ ୨୧ ଟି ମୋବାଇଲ ପେଟ୍ରୋଲିଂ ଟିମ ଓ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।