ଓଡିଶା

odisha

ETV Bharat / state

କୋରୋନା କଟକଣା ପାଇଁ ଆସୁନାହାନ୍ତି ଭକ୍ତ, ଖାଁ ଖାଁ ଶିବାଳୟ - କୋରୋନା କଟକଣା ପାଇଁ ଆସୁନାହାନ୍ତି କାଉଡିଆ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ମାତ୍ର ଚଳିତବର୍ଷ କୋରୋନା ମହାମାରୀ ପାଇଁ ଖାଁ ଖାଁ ରହିଛି ଶିବାଳୟ । କୋରୋନା କଟକଣା ପାଇଁ ଆସୁନାହାନ୍ତି କାଉଡିଆ, ହୋଇପାରୁନି ଜଳାଭିଷେକ ।

shiv temple
ଖାଁ ଖାଁ ଶିବାଳୟ

By

Published : Jul 6, 2020, 5:37 PM IST

Updated : Jul 6, 2020, 7:22 PM IST

ଭବାନୀପାଟଣା: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ବିଶ୍ବାସ ରହିଛି ଶ୍ରାବଣ ମାସର ସମସ୍ତ ସୋମବାର ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କଲେ ସକଳ ମନସ୍କାମନା ପୂର୍ଣ୍ଣ ହୁଏ। ଏଥିପାଇଁ ହଜାର ହଜାର କାଉଡ଼ିଆ କଳାହାଣ୍ଡିର ବିଭିନ୍ନ ଶୈବ ପୀଠରେ ଭିଡ ଜମାନ୍ତି । ମାତ୍ର ଚଳିତବର୍ଷ କୋରୋନା ମହାମାରୀ ପାଇଁ ଖାଁ ଖାଁ ରହିଛି ଶିବାଳୟ ।

ଜିଲ୍ଲାର ଜଳେଶ୍ବର ମନ୍ଦିର ,ପାରଦେଶ୍ବର ମନ୍ଦିର, ଧବଳେଶ୍ବର ମନ୍ଦିର ଭଳି ପ୍ରସିଦ୍ଧ ଶୈବପୀଠରେ ଭକ୍ତଙ୍କ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଯାଏ। ବୋଲବମ ହରହର ବମ ଧ୍ବନିରେ ପ୍ରକମ୍ପିତ ହୋଇଉଠେ ଗଗନ ପବନ। ହେଲେ ବର୍ତ୍ତମାନ କୋରୋନା କଟକଣା ପାଇଁ ଆସୁନାହାନ୍ତି କାଉଡିଆ, ହୋଇପାରୁନି ଜଳାଭିଷେକ ।

ଖାଁ ଖାଁ ଶିବାଳୟ

କିଛି ଶ୍ରଦ୍ଧାଳୁ ମନ୍ଦିରରେ ପୂଜକଙ୍କ ମାଧ୍ୟମରେ ଜଳଲାଗି କରି ଫେରି ଯାଉଥିବା ବେଳେ ଏ ଦୃଶ୍ୟକୁ ଦେଖିଲେ ମନେହୁଏ ସତେ ଯେମିତି ଭକ୍ତ ଆଉ ଭଗବାନଙ୍କ ସମ୍ପର୍କରେ ବି ଲାଗିଛି କି କୋରୋନାର କଳଙ୍କ !

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

Last Updated : Jul 6, 2020, 7:22 PM IST

ABOUT THE AUTHOR

...view details