ଓଡିଶା

odisha

ETV Bharat / state

Fire Incident: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡମ୍ପିଂୟାର୍ଡରେ ଲାଗିଲା ନିଆଁ, ରୋଗୀ ହନ୍ତସନ୍ତ - କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡମ୍ପିଂୟାର୍ଡ ପରିସରରେ ନିଆଁ ଲାଗିଥିବା ବେଳେ ରୋଗୀ ହନ୍ତସନ୍ତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Fire incident: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡମ୍ପିଂୟାର୍ଡରେ ଲାଗିଲା ନିଆଁ, ରୋଗୀ ହନ୍ତସନ୍ତ
Fire incident: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡମ୍ପିଂୟାର୍ଡରେ ଲାଗିଲା ନିଆଁ, ରୋଗୀ ହନ୍ତସନ୍ତ

By

Published : Oct 29, 2022, 10:47 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡମ୍ପିଂୟାର୍ଡରେ ଲାଗିଲା ନିଆଁ (Fire incident at Kalahandi District Head Quarter Hospital) । ମେଡିକାଲ ପରିସରରେ ଏହି ଡମ୍ପିଂୟାର୍ଡ ରହିଥିବା ବେଳେ ଏଠାରେ ନିଆଁ ଲାଗିବା ପରେ ରୋଗୀ ହନ୍ତସନ୍ତ ହୋଇଛନ୍ତି । ସେପଟେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି ।

Fire incident: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡମ୍ପିଂୟାର୍ଡରେ ଲାଗିଲା ନିଆଁ, ରୋଗୀ ହନ୍ତସନ୍ତ

ମେଡ଼ିକାଲ ପରିସରରେ ଡମ୍ପିଂୟାର୍ଡ କରି ବିପଦକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ହାତ ଠାରି ଡାକିଥିବା ଅଭିଯୋଗ ହୋଇଛି । ମେଡ଼ିକାଲରେ ଥିବା ଯକ୍ଷ୍ମା ୱାର୍ଡ ସମ୍ମୁଖରେ ଡମ୍ପିଂୟାର୍ଡ ଥିବା ଯୋଗୁଁ ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ କର୍ଣ୍ଣପାତ କରିନଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ। ଶେଷରେ ଆଜି କୌଣସି କାରଣରୁ ଡମ୍ପିଂୟାର୍ଡରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଯାଉଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଛି ।

ଏହା ବି ପଢନ୍ତୁ- ଯୁବକଙ୍କ ସହ ହାତାହାତି ହେଲେ ଯୁବ କଂଗ୍ରେସ ସଭାପତି, ଭିଡିଓ ହେଉଛି ଭାଇରାଲ

ସେପଟେ ନିଆଁକୁ ଆୟତ୍ତ ନ କଲେ ନିଆଁ ବ୍ୟାପିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଡମ୍ପିଂୟାର୍ଡରେ ନିଆଁ ଲାଗିବା ଫଳରେ ଧୂଆଁ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଥିବା ଦେଖୁବାକୁ ମିଳିଛି । ଡମ୍ପିଂୟାର୍ଡରେ ନିଆଁ ଲାଗିବା ଯୋଗୁଁ ରୋଗୀ ଓ ସମ୍ପର୍କୀୟ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡି଼ଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details