ଓଡିଶା

odisha

ETV Bharat / state

ନିଆଁର ଆଁରେ ସବୁଜ ବନାନୀ

ହୁତୁହୁତୁ ନିଆଁରେ ଧ୍ବସଂ ହେବାକୁ ବସିଛି କଳାହାଣ୍ଡି କର୍ଲାପାଟ ସଂରକ୍ଷିତ ଜଙ୍ଗଲ । ନିଆଁ ଲିଭାଇବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲେ ବି ନିଆଁର ଆଁରେ ଜଳି ଗଲାଣି ଶହଶହ ବୃକ୍ଷଲତା ।

By

Published : Jun 14, 2019, 4:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଜଙ୍ଗଲ ସୁରକ୍ଷା ନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏପରକି ସବୁଜ ବନାନୀ କିପରି ସୁରକ୍ଷିତ ରହିବ ନାନା ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ହେଲେ କେତେକ ଅସାଧୁ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ନଷ୍ଟ ହେବାକୁ ବସିଛି ସବୁଜ ବନାନୀ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର କର୍ଲାପାଟ ସଂରକ୍ଷିତ ଜଙ୍ଗଲରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଜଙ୍ଗଲରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ନିଆଁର ଆଁରେ ଜଳି ଯାଉଛି ଶହ ଶହ ଗଛ । ପରିବେଶ ସନ୍ତୁଳନ ରକ୍ଷା ପାଇଁ ନୂତନ ଜଙ୍ଗଲ ସ୍ରୃଷ୍ଟି ସହ ପୁରୁଣା ଜଙ୍ଗଲର ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଥିବା ବେଳେ ବନ ବିଭାଗ ଲକ୍ଷାଧିକ ଟଙ୍କା ମଧ୍ଯ ଖର୍ଚ୍ଚ କରୁଛି । ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବନୀକରଣ ନାଁରେ ଲଗାଯାଉଥିବା ଗଛ ବଞ୍ଚୁଛି ନାଁ ପୁରଣା ଜଙ୍ଗଲକୁ ସୁରକ୍ଷା ଦେଇପାରୁଛି ବନ ବିଭାଗ। ଯାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ?

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details