ଭବାନୀପାଟଣା: ଚିନ୍ତା ବଢ଼ାଇଛି ଜଙ୍ଗଲ ନିଆଁ । ନିମିଷକ ମଧ୍ୟରେ ଜଳିପୋଡି ପାଉଁଶ ହୋଇଯାଉଛି ମୂଲ୍ୟବାନ ବୃକ୍ଷରାଜି । ବୃକ୍ଷହିଁ ଜୀବନ ବୃକ୍ଷ ହିଁ ସମ୍ପଦ । ବିନା ବୃକ୍ଷେ ସୃଷ୍ଟି ନାଶ, ସବୁଜ ବନାନୀ ସୌନ୍ଦର୍ଯ୍ୟର ଶୋଭା ବିଶ୍ବକୁ କରେ ପିୟୁଶ । ହେଲେ ଏବେ ସଂକଟରେ ଜଙ୍ଗଲ ସମ୍ପଦ । ହୁତୁହୁତୁ ହୋଇ ଜଳୁଛି କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ତ ଖଣ୍ଡିଡୁଙ୍ଗୁରିଗୁଡା ଜଙ୍ଗଲ ।
ହୁତୁହୁତୁ ହୋଇ ଜଳୁଛି କଳାହାଣ୍ଡି ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ - ଖଣ୍ଡିଡୁଙ୍ଗୁରିଗୁଡା ସଂଗ୍ରକ୍ଷିତ ଜଙ୍ଗଲରେ ନିଆଁ
ଚିନ୍ତା ବଢ଼ାଇଛି ଜଙ୍ଗଲ । ନିମିଷକ ମଧ୍ୟରେ ଜଳିପୋଡି ପାଉଁଶ ହୋଇଯାଉଛି ମୂଲ୍ୟବାନ ବୃକ୍ଷରାଜି । ଅଧିକ ପଢ଼ନ୍ତୁ
ଗତ ବିଳମ୍ବିତ ରାତିରୁ ଏହି ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଶହଶହ ହେକ୍ଟର ଜଙ୍ଗଲରେ ନିଆଁ ଲାଗି ଥିବାରୁ ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ ଦ୍ବାରା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଛି । ମାତ୍ର ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଜଙ୍ଗଲକୁ ନିଆଁ ମୁକ୍ତ କରିବାରେ ସଫଳ ହୋଇ ପାରିନାହିଁ ଅଗ୍ନିଶମ ବିଭାଗ । ତେବେ କେଉଁ କାରଣରୁ ଜଙ୍ଗଲରେ ନିଆଁ ଲାଗିଲା ସେନେଇ ବନ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ଦ୍ରୁତ ଗତିରେ ନିଆଁ ମାଡି ଚାଲିଥିବାବେଳେ ନିଆଁରୁ ନିସ୍ତାର ପାଉ ନାହାଁନ୍ତି ବନ୍ୟ ଜନ୍ତୁ । ଅନ୍ୟପଟେ ଜଙ୍ଗଲରେ ନିଆଁ ଲାଗିବାରୁ ଜିଲ୍ଲାରେ ତାପମାତ୍ରା ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ