ଓଡିଶା

odisha

ETV Bharat / state

ବିପଦରେ ଗଜରାଜ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ - ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୁଣି ପ୍ରାଣ ହରାଇଲା ଏକ ମାଈ ହାତୀ । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଜାମପଡା ଗାଁରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

କଳାହାଣ୍ଡିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ
କଳାହାଣ୍ଡିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

By

Published : Feb 10, 2022, 1:16 PM IST

ଭବାନୀପାଟଣା: ଆଖି ବୁଜିଲା ଆଉ ଏକ ଗଜରାଜ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୁଣି ପ୍ରାଣ ହରାଇଲା ଏକ ମାଈ ହାତୀ । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଜାମପଡା ଗାଁରେ ଘଟିଛି ଏହି ଅଘଟଣ ।

କଳାହାଣ୍ଡିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

ସୂଚନା ଅନୁଯାୟୀ ଜାମପଡା ଜଙ୍ଗଲରୁ ହାତୀ ପଲ ଗାଁ ମୁହାଁ ହୋଇଥିବା ବେଳେ କୌଣସି କାରଣବଶତଃ ମାଈ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମାଈ ହାତୀର ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details