ଓଡିଶା

odisha

ETV Bharat / state

ଜମିବାଡି ବିବାଦ ନେଲା ଜୀବନ, ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

କଳାହାଣ୍ଡି ଜିଲ୍ଲା ସ୍ଥିତ କୁରମେଲ ଗାଁରେ ଘଟିଯାଇଛି ଲୋମହର୍ଷଣକାରୀ ଘଟଣା। ଜମିବାଡି ବିବାଦରୁ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପୁ୍ଅ । ଅଧିକ ପଢନ୍ତୁ

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ
ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

By

Published : Jun 1, 2023, 9:40 PM IST

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

କଳାହାଣ୍ଡି:ନିଜ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ସ୍ଥିତ କୁରମେଲ ଗାଁରେ । ଅତି ବୀଭତ୍ସ ଭାବେ ଟାଙ୍ଗିଆ ସାହାଯ୍ୟରେ ବାପା ନନ୍ଦକିଶୋରଙ୍କୁ ହତ୍ୟା କରିଛି ପୁଅ ପୁରୁଷୋତ୍ତମ । ସୂଚନା ମୁତାବକ, ସେହି ଗାଁର ନନ୍ଦକିଶୋର ମାଝୀଙ୍କର ଏକମାତ୍ର ପୁଅ ହେଉଛି ପୁରୁଷୋତ୍ତମ ମାଝୀ। ତେବେ ନନ୍ଦକିଶୋର ଏବଂ ତାଙ୍କ ପୁଅ ମଧ୍ୟରେ ଜମିବାଡ଼ି କଥାକୁ ନେଇ ଅନେକ ସମୟରେ ଝଗଡା ଲାଗି ରହୁଥିଲା। ଆଉ ଶେଷରେ ଦେଖିବାକୁ ମିଳିଛି ପାରିବାରିକ କଳହର କରୁଣ ପରିଣତି। ଟାଙ୍ଗିଆରେ ହାଣି ବାପାକୁ ହତ୍ୟା କରିଛି ଜହ୍ଲାଦ ପୁଅ ।

ବାପପୁଅର ସମ୍ପର୍କକୁ ସବୁଠାରୁ ବିଶ୍ୱସ୍ତ ଓ ଭରସାର ସମ୍ପର୍କ ବୋଲି ବିବେଚନା କରାଯାଉଥିବାବେଳେ ଏଠାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର। ଜମିବାଡି ଓ ସମ୍ପତ୍ତି ଲୋଭ ପାଇଁ ଭାଇ ଭାଇ ମଧ୍ୟରେ ଶତ୍ରୁ ପାଲଟିଯାଉଥିବାବେଳେ ଏହି ଘଟଣା ପରେ ବାପପୁଅ ସମ୍ପର୍କରେ ଲାଗିଛି କଳଙ୍କ । ସମ୍ପତ୍ତି ଲୋଭରେ ବାପାଙ୍କ ଜୀବନ ନେବାକୁ ମଧ୍ୟ ପଛାଇନି ପୁଅ । ଜମିବାଡି ପାଇଁ ବାପପୁଅଙ୍କ ମଧ୍ୟରେ ଲାଗୁଥିବା କଳହ ଯୋଗୁଁ ଶେଷରେ ଅକାଳରେ ଜୀବନ ହାରିଛନ୍ତି ପୁରୁଷୋତ୍ତମ ।

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଉଭୟ ବାପ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାବେଳେ ପୁରୁଷୋତ୍ତମ ରାଗରେ ଘର ବାହାରକୁ ଚାଲି ଯାଇଥିଲା । ଆଜି ପୁଣି ଥରେ ସେହି ସମାନ ଘଟଣା ଘଟିଥିଲା । ଅର୍ଥାତ୍ ଦିନ ପ୍ରାୟ ୨ ଟାରେ ପୁଅ ପୁରୁଷୋତ୍ତମ ମାଝୀ ମଦ୍ୟପାନ କରି ଘରକୁ ଆସି ବାପାଙ୍କ ସହ ଝଗଡା କରିଥିଲେ । ତେବେ ଜମିବାଡିକୁ ନେଇ ବାପ ପୁଅଙ୍କ ମଧ୍ୟରେ ଯୁକ୍ତି ତର୍କ ଚରମ ସୀମାରେ ପହଞ୍ଚିଥିଲା ।

ଫଳରେ ବାପା ନନ୍ଦକିଶୋର ପୁଅ ପୁରୁଷୋତ୍ତମକୁ ଘରୁ ବାହାରକୁ ଚାଲିଯିବାକୁ କହିଥିଲେ । ବାପାଙ୍କ କଥାରେ ଉତକ୍ଷିପ୍ତ ହୋଇ ଘରେ ଥିବା ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲା ପୁରୁଷୋତ୍ତମ । ଫଳରେ ଘଟଣାସ୍ଥଳରେ ନନ୍ଦକିଶୋରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଅଭିଯୁକ୍ତ ପୁରୁଷୋତ୍ତମ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ଖବର ପାଇ ଘଟଣା ସ୍ଥଳରେ ନର୍ଲା ଥାନା ପୋଲିସ, ସାଇଣ୍ଟିଫିକ ଟିମ୍‌ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହାସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଯାଇଥିଲା । ପରେ ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବାବେଳେ ହତ୍ୟାକାରୀ ପୁଅକୁ ଖୋଜିବାରେ ଲାଗିଛି ପୋଲିସ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details