ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇରେ ଘଟିଛି ଅଘଟଣ । ଜୁନାଗଡ ସହରରେ ମାନସ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଫଳରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ଯୁବକଙ୍କ ମୃତ୍ୟୁକୁ ନେଇ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ପରିବାର ଲୋକ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି।
ତେବେ ପଶ୍ଚିମ ଓଡିଶାର ଗଣପର୍ବ ବା କୃଷିଭିତ୍ତିକ ପର୍ବ ନୂଆଁଖାଇ। ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟାୟକ୍ରମରେ ନୂଆଁ ଖାଇଥାନ୍ତି । ପର୍ବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ଏହି ପର୍ବ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଥାଏ । ଜିଲ୍ଲାରେ ମହାନ ଗଣପର୍ବ ନୂଆଁଖାଇ ସପ୍ତପୁରୀ ଅମାବାସ୍ୟା ଠାରୁ ଆରମ୍ଭ ହୋଇ ଦଶହରାର ଦଶମୀରେ ଶେଷ ହୋଇଥାଏ । ତେବେ ଏନେଇ କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇ ପାଇଁ ଚାରିଆଡେ ଆନନ୍ଦ ଚାରିଆଡେ ଆନନ୍ଦ, ଉଲ୍ଲାସ ରହିଥିବାବେଳେ ଜିଲ୍ଲାର ଜୁନାଗଡ଼ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଜୁନାଗଡ ସହରରେ ମାନସ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି ।