ଓଡିଶା

odisha

ETV Bharat / state

ଲଗାଣ ବର୍ଷା ଦୁର୍ଦ୍ଦଶା: ଓଦା ଧାନ ନେଇ ଚିନ୍ତାରେ ଚଷାପୁଅ - କଳାହାଣ୍ଡି ଚାଷୀ ଚିନ୍ତାରେ

କଳାହାଣ୍ଡି ଜିଲ୍ଲାରେ ପ୍ୟାକ୍ସ ଓ ନିୟନ୍ତ୍ରିତ ବଜାର କମିଟି ଅଧିକାରୀ ନାମକୁ ମାତ୍ର, ତେବେ ସବୁକଥା ବୁଝୁଛନ୍ତି ମିଲର୍ସ । ବର୍ଷ ବର୍ଷ ଧାନ ବାହାରେ ପଡି ରହିଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ଅଧିକ ପଢନ୍ତୁ

ଲଗାଣ ବର୍ଷା କାନ୍ଦୁଛି ଚାଷୀ: ଓଦା ଧାନକୁ ନେଇ ଚିନ୍ତାରେ ଚଷା ପୁଅ
ଲଗାଣ ବର୍ଷା କାନ୍ଦୁଛି ଚାଷୀ: ଓଦା ଧାନକୁ ନେଇ ଚିନ୍ତାରେ ଚଷା ପୁଅ

By

Published : Jan 14, 2022, 6:11 PM IST

ଭବାନୀପାଟଣା: ରକ୍ତକୁ ପାଣି କରି ବର୍ଷ ତମାମ କ୍ଷେତରେ ଖଟିଲା ଚାଷୀ । ସୁନାର ଫସଲ ଅମଳ ପରେ ପାଇଥିଲେ ଟୋକନ । ଆଉ ଟୋକନ ପାଇବା ପରେ ଧାନ ବିକିବାକୁ ମଣ୍ଡିକୁ ଆଣିଥିଲା ଚାଷୀ । ହେଲେ ମିଲର୍ସଙ୍କ ମନମାନୀ କାରଣରୁ ଶୀତ କାକରରେ ଫସଲ ଜଗି ମଣ୍ଡିରେ ପଡି ରହିଲା ଚଷାପୁଅ ।

ଆଉ ଏବେ ଦାଉ ସାଧିଲା ଅଦିନିଆ ବର୍ଷା । ସମଗ୍ର ଓଡିଶାରେ ମଣ୍ଡିକୁ ନେଇ ସମସ୍ୟା ଉପୁଜିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । କଷ୍ଟ ଉପାର୍ଜିତ ଫସଲକୁ ସୁରକ୍ଷିତ ରଖିବାକୁ ପାଲ ଘୋଡାଉଛି ଚାଷୀ । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଜରି ପାଲ ଦେବାର ବ୍ୟବସ୍ଥା ରହିଛି । ହେଲେ ଆବଶ୍ୟକ ଅନୁଯାୟୀ ଚାଷୀଙ୍କୁ ପାଲ ଯୋଗାଉନଥିବା ଅଭିଯୋଗ ହୋଇଛି ।

ଲଗାଣ ବର୍ଷା ଦୁର୍ଦ୍ଦଶା: ଓଦା ଧାନ ନେଇ ଚିନ୍ତାରେ ଚଷାପୁଅ

କାରଣ ମଣ୍ଡିରେ ଆନୁସଙ୍ଗିକ ସମସ୍ତ ସୁବିଧା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଟିକସ ନେଉଛି RMC ହେଲେ, କୌଣସି ସୁବିଧା ଯୋଗାଇ ଦିଆଯାଉନଥିବାର ଚିତ୍ର ସାମ୍ନାକୁ ଆସିଛି । ପୂର୍ବରୁ ୫ରୁ ୬ କେଜି କଟନୀ ଛଟନୀ ହେଉଥିଲା ଓଦା ଧାନରେ ଅଧିକ କଟନୀ ଛଟନୀ ହେବ ବୋଲି ଆଶଙ୍କା କରିଛନ୍ତି ଚାଷୀ ।

ଜିଲ୍ଲାର ବିଭିନ୍ନ ମଣ୍ଡିରେ ଇ-ଆର୍ଡ ବ୍ୟବସ୍ଥା ନାହିଁ ତେଣୁ, ଖୋଲା ଆକାଶ ତଳେ ପଡିଛି ବସ୍ତା ବସ୍ତା ଧାନ । କଳାହାଣ୍ଡି ଜିଲ୍ଲାରେ ପ୍ୟାକ୍ସ ଓ ନିୟନ୍ତ୍ରିତ ବଜାର କମିଟି ଅଧିକାରୀ ନାମକୁ ମାତ୍ର, ସବୁକଥା ବୁଝୁଛନ୍ତି ମିଲର୍ସ ।ସଦର ବ୍ଲକ ଅଟାଙ୍ଗଗୁଡା ଧାନ ମଣ୍ଡିରେ ପାଖାପାଖି ୩ ହଜାର ଧାନ ବସ୍ତା ପଡିରହିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ମିଲର୍ସ ଆସୁ ନାହାନ୍ତି କି ମଣ୍ଡିରେ ପଡିଥିବା ଧାନ ଉଠୁନାହିଁ । ତେବେ ଆଗକୁ କ’ଣ ହେବ ଚାଷୀଙ୍କ ଅବସ୍ଥା ତାହା କହିବା ସନ୍ଦିହାନ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details