ଓଡିଶା

odisha

ETV Bharat / state

କଂଗ୍ରେସର କୃଷକ ବଞ୍ଚାଅ ପଦଯାତ୍ରା - Kalahandi Farmers save padayatra

ନୂଆ କୃଷି ଆଇନକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ପଦଯାତ୍ରା କରାଯାଇଛି । ଏହାସହ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

କଂଗ୍ରେସର କୃଷକ ବଞ୍ଚାଅ ପଦଯାତ୍ରା
କଂଗ୍ରେସର କୃଷକ ବଞ୍ଚାଅ ପଦଯାତ୍ରା

By

Published : Oct 3, 2020, 7:25 AM IST

ଭବାନୀପାଟଣା:ନୂଆ କୃଷି ଆଇନକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ପଦଯାତ୍ରା ଓ ଦସ୍ତଖତ ଅଭିଯାନ କରାଯାଇଛି । ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କଂଗ୍ରେସ ପକ୍ଷରୁ ଏଭଳି ପଦଯାତ୍ରାର ଆୟୋଜନ କରାଯାଇଛି ।

କଂଗ୍ରେସ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲଙ୍କ ନେତୃତ୍ବରେ ସଦର ବ୍ଲକ ଉଦେପୁର ଠାରୁ ଭବାନୀପାଟଣା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ 10 କିମି ବ୍ୟାପୀ ପଦଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ପ୍ରଥମେ ଗାନ୍ଧୀ ପାର୍କ ସ୍ଥିତ ବାପୁଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି କୃଷକ ବଞ୍ଚାଅ ପଦଯାତ୍ରା ଆରମ୍ଭ କରିଥିଲେ କଂଗ୍ରେସ କର୍ମୀ ।

କଂଗ୍ରେସର କୃଷକ ବଞ୍ଚାଅ ପଦଯାତ୍ରା

କେନ୍ଦ୍ରର ବିଜେପି ସରକାର ଆଣିଥିବା ତିନୋଟି କୃଷି ସମ୍ବନ୍ଧୀୟ ବିଲ (ଯାହା ଏବେ ଆଇନରେ ପରିଣତ ହୋଇସାରିଛି) ଅଗଣତାନ୍ତ୍ରିକ ଭାବେ ଗୃହରେ ପାରିତ କରିଥିବା ଦର୍ଶାଇବା ସହ ଏହା ଲାଗୁ ହେଲେ କୃଷକମାନଙ୍କୁ ପୁଞ୍ଜିପତିମାନେ ଶୋଷଣ କରିବେ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏହାସହ ଏହି ଅବସରରେ କୃଷି ବିଲ ପ୍ରତ୍ୟାହାର ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏହା ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ପଦଯାତ୍ରା ପରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details