ଓଡିଶା

odisha

ETV Bharat / state

ଧାନ ସଂଗ୍ରହ ପ୍ରକ୍ରିୟାରେ ଅବହେଳା: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ଅଟକିଲା ଶତାଧିକ ଯାନବାହନ - ମଣ୍ଡିରେ ଅବ୍ୟବସ୍ଥା

ରାଜ୍ୟରେ ଭାତହାଣ୍ଡି କଳାହାଣ୍ଡିରେ ହନ୍ତସନ୍ତ ଚାଷୀ । ମଣ୍ଡି ଅବ୍ୟବସ୍ଥା ଓ କଟନୀଛଟନୀକୁ ଚିନ୍ତାରେ ଚାଷୀ । ମଣ୍ଡିରେ ପଡ଼ିରହିଛି ବସ୍ତା ବସ୍ତା ଧାନ । ନା ମିଲର୍ସ ଆସୁଛନ୍ତି ନା ଏଜେଣ୍ଟର ଦେଖାଅଛି । ଖୋଲା ଆକାଶ ତଳେ ପଡି ରହିଛି ସୁନାର ଫସଲ। ଅଧିକ ପଢନ୍ତୁ

ମଣ୍ଡିରେ ପଡ଼ିଛି ବସ୍ତା ବସ୍ତା ଧାନ
ମଣ୍ଡିରେ ପଡ଼ିଛି ବସ୍ତା ବସ୍ତା ଧାନ

By

Published : Jan 5, 2022, 10:29 AM IST

Updated : Jan 5, 2022, 10:56 AM IST

ଭବାନୀପାଟଣା: ରାଜ୍ୟରେ ଭାତହାଣ୍ଡି କଳାହାଣ୍ଡିରେ ହନ୍ତସନ୍ତ ଚାଷୀ । ମଣ୍ଡି ଅବ୍ୟବସ୍ଥା ଓ କଟନୀଛଟନୀକୁ ଚିନ୍ତାରେ ଚାଷୀ । ମଣ୍ଡିରେ ପଡ଼ିରହିଛି ବସ୍ତା ବସ୍ତା ଧାନ । ନା ମିଲର୍ସ ଆସୁଛନ୍ତି ନା ଏଜେଣ୍ଟର ଦେଖାଅଛି । ଖୋଲା ଆକାଶ ତଳେ ପଡି ରହିଛି ସୁନାର ଫସଲ । ଦିନରେ ଖରା ଓ ରାତିରେ ଅସହ୍ୟ ଶୀତରେ ଧାନ ବିକିବା ଆଶାରେ ବସି ରହିଛି ଚାଷୀ । ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବହେଳା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।

ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ଅଟକିଲା ଶତାଧିକ ଯାନବାହନ

ଧାନ ସଂଗ୍ରହ ପ୍ରକ୍ରିୟା ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ କ୍ବିଣ୍ଟାଲ ଧାନ ଲକ୍ଷ୍ୟ ରଖିଛି ଜିଲ୍ଲା ଯୋଗାଣ ବିଭାଗ ହେଲେ ଜିଲ୍ଲାର ସମସ୍ତ ଧାନ ମଣ୍ଡିରେ ଦେଖିବାକୁ ମିଳିଛି ଅବ୍ୟବସ୍ଥାର ଚିତ୍ର । ମିଲର୍ସଙ୍କ ମନମାନିରେ ମଣ୍ଡି ଚାଲୁଥିବାବେଳେ ଶୀତ କାକରରେ ଖୋଲା ଆକାଶ ତଳେ ଚାଷୀ ନିଜ ବର୍ଷକର କଷ୍ଟ ଉପାର୍ଜିତ ଧାନ ବିକ୍ରିକୁ ଅନେଇ ବସିଛି । କେବେ ମିଲର ଆସିବ ଆଉ ଧାନ ନେବେ ।

ମିଲର୍ସ କ୍ବିଣ୍ଟାଲ ପ୍ରତି ୬ ରୁ୭ କେଜି କଟନୀଛଟନୀ କରୁଥିବାରୁ ଚାଷୀ ଅମଙ୍ଗ । ଜିଲ୍ଲାର ରଣମାଳ ଧାନ ମଣ୍ଡିରେ ୬ କେଜି କଟନୀଛଟନୀକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଶତାଧିକ ଚାଷୀ ଆଜି ଜୟପାଟଣା ଭବାନୀପାଟଣା ରାଜ୍ୟ ରାଜପଥ ରଣମାଳ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି । ପୂର୍ବରୁ ମଧ୍ୟ ଚାଷୀ ଏହାକୁ ବିରୋଧ କରି ଜିଲ୍ଲା ଯୋଗାଣ ବିଭାଗର ଦ୍ବାରସ୍ତ ହୋଇଥିଲେ ହେଲେ କୌଣସି ସୁଫଳ ନ ମିଳିବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଚାଷୀଙ୍କର ଏ ସମସ୍ୟା ଆଜିର ନୁହେଁ । ସବୁ ବର୍ଷ ଧାନକିଣା ସମୟରେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଏ ଦିଗରେ ସରକାରଙ୍କୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Jan 5, 2022, 10:56 AM IST

ABOUT THE AUTHOR

...view details