ଓଡିଶା

odisha

ETV Bharat / state

ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ, ଚିନ୍ତାରେ ଚାଷୀ - ଚିନ୍ତାରେ ଚାଷୀ

ମଣ୍ଡିରେ ମିଲର୍ସମାନେ ଧାନ କୁଇଣ୍ଟାଲ ପିଛା 8 ରୁ 9 କେଜି କଟନି କରି ଧାନ କିଣୁଥିବା ଅଭିଯୋଗ ହୋଇଛି । ଦେଖିନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ, ଚିନ୍ତାରେ ଚାଷୀ
ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ, ଚିନ୍ତାରେ ଚାଷୀ

By

Published : Jan 8, 2020, 3:09 AM IST

କଳାହାଣ୍ଡି: ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ । ଖରା, ବର୍ଷା ରୋଗ ପୋକ ସହ ଲଢି ଫସଲ ଅମଳ କରିଥିବା ଚାଷୀ ମୁଣ୍ଡରେ ଏବେ ପୁଣି ଚଡକ । କେଉଁଠି ଶୀତ କାକରରେ ମଣ୍ଡିରେ ଧାନ ପଡିରହିଛି ତ ଆଉ କେଉଁଠି ଚାଷୀଙ୍କୁ ଟୋକନ ଦେଇ ମିଲର୍ସରଙ୍କ ଦେଖାନାହିଁ । କେବଳ ସେତିକି ନୁହେଁ କିଛି ମଣ୍ଡିରେ ମିଲର୍ସମାନେ ଧାନ କୁଇଣ୍ଟାଲ ପିଛା 8 ରୁ 9 କେଜି କଟନି କରି ଧାନ କିଣୁଥିବା ଅଭିଯୋଗ ହୋଇଛି । ଦେଖିନ୍ତୁ କଳାହାଣ୍ଡି ଜିଲ୍ଲାରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ, ଚିନ୍ତାରେ ଚାଷୀ

ଏ ହେଉଛି ଜୁନାଗଡ ବ୍ଲକ ଦାସିଗାଁ ଧାନମଣ୍ଡିର ଦୃଶ୍ୟ । କିଟିକିଟି ଅନ୍ଧାରକୁ ହାଡଭଙ୍ଗ। ଶୀତ । ଆଖିକୁ ନିଦ ନାହିଁ କି ପେଟକୁ ଭୋକ ନାହିଁ । ତାରି ଭିତରେ ଅନାଇ ରହିବାକୁ ପଡୁଛି ଧାନ ସଂଗ୍ରହ ପାଇଁ ଆସୁଥିବା ମିଲର୍ସମାନଙ୍କୁ । ହେଲେ ଧାନର ମାନକୁ ନେଇ 8 ରୁ 9 କେଜି କଟନିରେ ମିଲର୍ସ ଧାନ ଉଠାଣ ପାଇଁ କହୁଥିବା ବେଳେ ଚାଷୀ ମଙ୍ଗୁ ନାହାନ୍ତି । ଟୋକନ ଖଣ୍ଡେ ଖଣ୍ଡେ ଚାଷୀଙ୍କ ହାତରେ ଥିବାବେଳେ ବିକ୍ରିକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛି ଚାଷୀ । ଏପଟେ ମଣ୍ଡିରେ ଜାଡ ମାଡରେ ଘାଇଲା ହେଉଛି କଳାହାଣ୍ଡି ଚାଷୀ । ମଣ୍ଡିରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ।

ଏନ୍ୟପଟେ ସଦର ବ୍ଲକ ଅଟାଙ୍ଗଗୁଡା ମଣ୍ଡିରେ ମଧ୍ୟ ସମାନ ଅବସ୍ଥା । ଚାଷୀଙ୍କୁ ଟୋକନ ମିଳିଛି ହେଲେ ଧାନର ମାନକୁ ନେଇ ମିଲର୍ସ ଧାନ କୁଇଣ୍ଟାଲ ପିଛା 7ରୁ 8 କେଜି କଟନି ପାଇଁ କହୁଥିବା ବେଳେ ଚାଷୀ ମଙ୍ଗୁ ନାହାନ୍ତି । ଫଳରେ ମଣ୍ଡିରୁ ଧାନ ଉଠି ପାରୁନି କି ଅନ୍ୟ ଚାଷୀଙ୍କୁ ଟୋକନ ମିଳିପାରୁନି । ଏସବୁ ଭିତରେ ଚାଷୀ ଅମଳ ଧାନକୁ ନେଇ ମଣ୍ଡି ଓ ଖଳାରେ ଜଗି ରହିଛି । କିଛି ଚାଷୀ ଏସବୁ ଦେଖି ଦଲାଲକୁ କମ ଦରରେ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହାକି ଯୋଗାଣ ବିଭାଗର ପାରିବା ପଣିଆ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details