ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ସାରର କଳାବଜାରୀ । ନିର୍ଦ୍ଧାରିତ ମୂଲ୍ୟରୁ ଚଢା ଦରରେ ସାର ବିକ୍ରି କରୁଛନ୍ତି ଡିଲର । ଫଳରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଜିଲ୍ଲାର ମଦନପୁର ରାମପୁର ବ୍ଲକ ମୋହନଗିରି ଅଞ୍ଚଳରେ ଏଭଳି ହେଉଥିବା ଆଭିଯୋଗ ଆସିଛି । ଏବେ ରୁଆ ବେଉଷଣ ପରେ ସାରର ଆବଶ୍ୟକ ରହିଥିବା ବେଳେ ମୋହନଗିରି କୃଷି ସମବାୟ ସମିତି ଚାଷୀଙ୍କ ସାରର ଆବଶ୍ୟକତାକୁ ମେଣ୍ଟାଇ ପାରୁନି, ଫଳରେ ଚାଷୀ ଡିଲର ଉପରେ ନିର୍ଭରକରୁଛି । ଆଉ ଏହାର ଫାଇଦା ଉଠାଉଛନ୍ତି ଡିଲର।
ସାରର କଳାବଜାରୀକୁ ଚାଷୀଙ୍କ ବିରୋଧ - ସାରର କଳାବଜାରୀ
କଳାହାଣ୍ଡି ଜିଲ୍ଲାରେ ଏବେ ଦେଖିବାକୁ ମିଳୁଛି ସାରର କଳାବଜାରୀ । ଜିଲ୍ଲାର ଅନେକ ଅଞ୍ଚଳରେ ଚଢା ଦରରେ ସାର ବିକ୍ରି କରୁଛନ୍ତି ଡିଲ । ଫଳରେ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...
ସାରର କଳାବଜାରୀକୁ ଚାଷୀଙ୍କ ବିରୋଧ
ଏହି ଅଭିଯୋଗ ନେଇ ଶତାଧିକ ଚାଷୀ ମୋହନଗିରି ଠାରେ ଥିବା ସାର ଡିଲରଙ୍କୁ ଘେରାଉ କରିଥିଲେ । ଯଥାଶୀଘ୍ର ସରକାର ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ସାର ଯୋଗାଇବା ସହ ଡିଲର ମାନଙ୍କ ଦର ଧାର୍ଯ୍ୟ କରନ୍ତୁ ବୋଲି ଚାଷୀ ସମୂହ ଦାବି କରିଛନ୍ତି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ