ଓଡିଶା

odisha

କଳହାଣ୍ଡିରେ ମଣ୍ଡି ସମସ୍ୟା, ବସ୍ତା ଅଭାବରୁ ଚିନ୍ତାରେ ଚାଷୀ

By

Published : Jan 1, 2023, 12:03 PM IST

କଳହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଣ୍ଡି ସମସ୍ୟା ଦେଖାଦେଇଛି । ଦାଦପୁର ଧାନ ମଣ୍ଡିରେ ବସ୍ତାର ଅଭାବ ରହିଥିବା ବେଳେ ଲୋକେ ନିଜ ଘରୁ ପ୍ଲାଷ୍ଟିକ ଅଖାରେ ଧାନ ଆଣୁଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ

kalahandi mandi problem
kalahandi mandi problem

kalahandi mandi problem

ଭବାନୀପାଟଣା: ଚାଷ କାମ ଯାହାର, କେଡେ ସୁଖ ତାହାର । ଚଷା ପୁଅ ଯୋଗାଉଛି ଦୁନିଆକୁ ଆହାର" । ଚାଷ ଜମିକୁ ଦେଖିଲେ ମନେ ପଡିଯାଏ ଏହି ଲୋକକଥା । କିନ୍ତୁ ବାସ୍ତବିକ ଏହାର ମର୍ମ ଏବେ ସମ୍ପୂର୍ଣ୍ଣ ଓଲଟା ହେଲା ଭଳି ମନେହେଉଛି । କାରଣ କେତେବେଳେ ରୋଗ ପୋକର ପ୍ରାଦୁର୍ଭାବ ତ ପୁଣି ଆଉ କେତେବେଳେ ପାଣି ଅଭାବ ଯୋଗୁଁ ଫସଲ ନଷ୍ଟ । ତେବେ ମଣ୍ଡିର ସମସ୍ୟା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରି ଦେଇଛି । ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଦାଦପୁର ଧାନ ମଣ୍ଡିରେ ବସ୍ତାର ଅଭାବ ଥିବା ଅଭିଯୋଗ କରିଛନ୍ତି ଚାଷୀ ।

କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୨୫ ତାରିଖରୁ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ଖରିଫ ଋତୁରେ ୧୮୬୭୩୪ ହେକ୍ଟର ଧାନ ହୋଇଥିବା ଜମିରୁ ୮,୫୮,୯୭୬ ମେଟ୍ରିକ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ୭୪ ଟି ପାକ୍ସ, ୧୭୫ଟି ଧାନ ସଂଗ୍ରହ କେନ୍ଦ୍ର, ୩୩ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଓ ୭୪ ଟି ମିଲ ଯୋଗେ ପ୍ରଥମ ପର୍ଯ୍ୟାୟରେ ୪୧ ଲକ୍ଷ ୫୫ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୭୪ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ହେଲେ ଚଳିତ ଧାନ ସଂଗ୍ରହ ଋତୁରେ ବିଭିନ୍ନ ଧାନ ମଣ୍ଡିରେ ଦେଖାଦେଇଛି ବସ୍ତା ସମସ୍ୟା । ଏହି ଦାଦପୁର ଧାନ ମଣ୍ଡିରେ ବସ୍ତାର ଅଭାବ ରହିଥିବା ବେଳେ ଲୋକେ ନିଜ ଘରୁ ପ୍ଲାଷ୍ଟିକ ଅଖାରେ ଧାନ ଆଣୁଥିବା ଦେଖାଦେଇଛି ।

ଏହା ମଧ୍ୟପଢନ୍ତୁ: ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ନେଇ ପାରିବେନି ସେବାୟତ, ଆଜିଠୁ ଲାଗିଲା କଟକଣା

ନିୟମ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଧାନ ସଂଗ୍ରହ ସମୟରେ ମଣ୍ଡି ମାନଙ୍କରେ ମିଲର୍ସ ଓ RMC ଚାଷୀ ମାନଙ୍କୁ ବସ୍ତା ଯୋଗାଇବା କଥା । ଯେଉଁଥିପାଇଁ ସରକାରଙ୍କ ଠାରୁ କୋଟି କୋଟି ଟଙ୍କାର କମିଶନ ମଧ୍ୟ ନେଇଥାନ୍ତି ଉଭୟ ମିଲର୍ସ ଓ RMC । ବିଗତ ବର୍ଷମାନଙ୍କରେ ଚାଷୀଙ୍କ ବସ୍ତାକୁ ନେଇ ମିଲର୍ସ ବସ୍ତା ଫେରାଇ ନଥିବା ବେଳେ ବାଧ୍ୟ ହୋଇ ଚାଷୀ ଅନ୍ୟତ୍ର ବସ୍ତା କିଣିବାକୁ ବାଧ୍ୟ ହେଉଛି। ବଜାରରେ ପ୍ଲାଷ୍ଟିକ ବସ୍ତା ୧୦ ଟଙ୍କା ଓ ଅଖା ବସ୍ତା ୧୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ବଜାରରୁ ବସ୍ତା କିଣି ମଣ୍ଡି ଧାନ ନେଇ ଖର୍ଚ୍ଚାନ୍ତ ହେଉଛି ଚାଷୀ । ଗୋଟିଏ ପଟେ ବସ୍ତାର ଅଭାବ ଆଉ ଅନ୍ୟପଟେ ମଣ୍ଡିରେ କଟନୀ ଛଟନି ଯୋଗୁଁ ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି। ଏହି ସମସ୍ୟା ଯେ କେବଳ ଦାଦପୁର ଧାନ ମଣ୍ଡିର ନୁହେଁ ବରଂ ଜିଲ୍ଲାର ୧୦୦ରୁ ଊର୍ଦ୍ଧ୍ବ ମଣ୍ଡିରେ ବସ୍ତା ସମସ୍ୟା ଦେଖା ଦେଇଛି। ଯାହା ଫଳରେ ଚାଷୀ ଏବେ ଚିନ୍ତାରେ । ସେପଟେ ସମସ୍ୟା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ମଣ୍ଡିରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ଯୋଗୁଁ ବସ୍ତା ସମସ୍ୟା ଦେଖା ଦେଇଥିବା ବେଳେ ଏ ଦିଗର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details