ଓଡିଶା

odisha

ETV Bharat / state

ଚିନ୍ତାରେ ଅନ୍ନଦାତା: ମିଲର୍ସଙ୍କ ମନମାନୀ, ମଣ୍ତିରୁ ଉଠୁନି ଧାନ

ସରୁନି ଚଷା ପୁଅର ଦୁଃଖ । ମଣ୍ତିରେ ମିଲର୍ସଙ୍କ ମନମାନୀ । କଳାହାଣ୍ତିରେ ଖୋଲା ଆକାଶ ତଳେ ପଡି ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ଅଧିକ ପଢନ୍ତୁ

By

Published : Jan 6, 2022, 8:52 PM IST

ଚିନ୍ତାରେ ଅନ୍ନଦାତା: ମିଲର୍ସଙ୍କ ମନମାନୀ, ମଣ୍ତିରେ ପଡି ରହିଛି ଧାନ
ଚିନ୍ତାରେ ଅନ୍ନଦାତା: ମିଲର୍ସଙ୍କ ମନମାନୀ, ମଣ୍ତିରେ ପଡି ରହିଛି ଧାନ

ଭବାନୀପାଟଣା:ଖରା ବର୍ଷା ରୋଗ ପୋକ ସହ ଲଢି ବିଲରେ ସୁନାର ଫସଲ ଫଳାଏ ଚାଷୀ । ହେଲେ ଅମଳ ସମୟ ଆସିଲେ ଚାଷୀ ମନରେ ସରାଗ ଆସେ । କାହିକିଁନା ବର୍ଷ ଯାକର ମୂଲ ଚାଷୀ ଅମଳରୁ ହିଁ ପାଇଥାଏ । ହେଲେ ଏବେ ମଣ୍ତି ସମସ୍ୟା ଯୋଗୁଁ ଚାଷୀ ମୁଣ୍ତରେ ପଡିଛି ଚଡକ । ବର୍ଷଯାକର ଫସଲ ବିକ୍ରି କରିବା ପାଇଁ ଚାଷୀ ମଣ୍ତିକୁ ଧାନ ନେଉଛି । ହେଲେ ମିଲର୍ସଙ୍କ ମନମାନୀ ଯୋଗୁଁ ଚାଷାପୁଅ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ।

ଚିନ୍ତାରେ ଅନ୍ନଦାତା: ମିଲର୍ସଙ୍କ ମନମାନୀ, ମଣ୍ତିରେ ପଡି ରହିଛି ଧାନ

ଏଭଳି ପରିସ୍ଥିତି ଉପୁଜିଛି କଳାହାଣ୍ତି ଜିଲ୍ଲାରେ । କେଉଁଠି ଶୀତ କାକରରେ ମଣ୍ଡିରେ ଧାନ ପଡି ରହିଛି ତ ଆଉ କେଉଁଠି ଚାଷୀଙ୍କୁ ଟୋକନ ଦେଇ ମିଲର୍ସର ଦେଖାନାହିଁ । କେବଳ ସେତିକି ନୁହେଁ କିଛି ମଣ୍ଡିରେ ମିଲର୍ସମାନେ ଧାନ କୁଇଣ୍ଟାଲ ପିଛା ୮ ରୁ ୯ କେଜି କଟନି ଛଟନି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ମଣ୍ତିରେ ଧାନ ବିକ୍ରି କରିବା ପାଇଁ ଚାଷୀ ଧାନ ଧରି ଶୀତ କାକରରେ ଜଗି ରହିଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଟୋକନ ଖଣ୍ଡେ ଚାଷୀ ପାଇଥିଲେ ମଧ୍ୟ ଧାନ ବିକ୍ରି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛି ଚାଷୀ । ଆଉ କେତେକ ସ୍ଥାନରେ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ଟୋକନ ମିଳି ନ ଥିବା ବେଳେ ଖଳାରେ ଧାନକୁ ଧରି ବସିଛି ଚାଷୀ । ତେବେ ଟୋକାନ ନ ମିଳିବାରୁ ଶେଷରେ ବାଧ୍ୟହୋଇ ଚାଷୀ କମ ଦରରେ ଦଲାଲଙ୍କୁ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରୁଛି । ଯାହାକି ଯୋଗାଣ ବିଭାଗର ପରିବା ପାଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details