ଓଡିଶା

odisha

By

Published : Jan 10, 2020, 3:09 PM IST

ETV Bharat / state

ଅନଲାଇନ ଟୋକନକୁ ନେଇ ଚାଷୀଙ୍କ ଆମରଣ ଅନଶନ

ତହସିଲ ଅଫିସ ଆଗରେ ଚାଷୀଙ୍କ ଆମରଣ ଅନଶନ। ଦୀର୍ଘଦିନ ହେବ ଟୋକନ ଡ଼ାଟାବେସରେ ପଞ୍ଜିକରଣ କରିଛନ୍ତି। ହେଲେ ଆଜି ସୁଦ୍ଧା ମଧ୍ୟ ଅନଲାଇନ ହୋଇ ପାରିନାହିଁ। ଯାହାକୁ ନେଇ ତାତିଛନ୍ତି ଚାଷୀ। ଅଧିକ ଖବର ପଢନ୍ତୁ...

farmer_demonstration
ଅନଲାଇନ ଟୋକନକୁ ନେଇ ଚାଷୀଙ୍କ ଆମରଣ ଅନଶନ

ଭବାନୀପାଟଣା: ଟୋକନକୁ ନେଇ ତାତିଲେ କଳାହାଣ୍ଡି ଚାଷୀ। ଦୀର୍ଘ ଦିନ ହେବ ଅଭିଯୋଗ କରିବା ପରେ ବି ପ୍ରଶାସନ ଶୁଣି ନଶୁଣିବା ପରି ହେଉଛନ୍ତି। ଯାହାକୁ ନେଇ ଆଜି ଉତ୍ତ୍ୟକ୍ତ ଚାଷୀ ତହସିଲ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ସହ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି।

ଅନଲାଇନ ଟୋକନକୁ ନେଇ ଚାଷୀଙ୍କ ଆମରଣ ଅନଶନ

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କଲମପୁର ପେକ୍ସର ୪୮ ଜଣ ଚାଷୀଙ୍କୁ ଟୋକନ ଡ଼ାଟାବେସରେ ପଞ୍ଜିକରଣ କରିଛନ୍ତି। ହେଲେ ଆଜି ସୁଦ୍ଧା ମଧ୍ୟ ଅନଲାଇନ ହୋଇ ପାରିନାହିଁ। ଏଣୁ ଏହି ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ରହିଛନ୍ତି। ବାରମ୍ବାର ପେକ୍ସ କର୍ମଚାରୀ ଓ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନାହିଁ।

ଏନେଇ ଗତକାଲି ଉତ୍ତ୍ୟକ୍ତ ଚାଷୀ ଧାନ ଆଣି ତହସିଲ ଅଫିସରେ ଗଦା କରି ପ୍ରତିବାଦ କରିବା ସହ ପରିଦର୍ଶନରେ ଆସିଥିବା ଧର୍ମଗଡ ଉପ ଜିଲ୍ଲାପାଳଙ୍କ ସରକାରୀ ଗାଡିକୁ ଅଟକ ରଖିଥିଲେ। ଫଳରେ ଉପ ଜିଲ୍ଲାପାଳଙ୍କୁ ହଟହଟା ହେବାକୁ ପଡିଥିଲା। ଘଟଣାର କିଛି ସମୟ ପରେ ପୋଲିସ ଆସି ଗାଡିକୁ ଉଦ୍ଧାର କରିଥିଲା।

କଳାହାଣ୍ତିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details