ଭବାନୀପାଟଣା:ଧିମେଇ ଯାଇଛି ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ଜିଲ୍ଲାର ମଣ୍ଡି ମାନଙ୍କରେ ମିଲର୍ସଙ୍କ ଇଚ୍ଛାରେ ଧାନ ଉଠାଣ ହେଉଥିବା ବେଳେ ଅନେକ ମଣ୍ଡିରେ ମିଲର୍ସ ଧାନ ଉଠାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ମଣ୍ଡି ସମସ୍ୟା ଚାଷୀଙ୍କ ସମସ୍ୟାର ମୁଖ୍ୟ କାରଣ ପାଲଟିଛି ବୋଲି କହିଛନ୍ତି ଜିଲ୍ଲାର ଅନେକ ଚାଷୀ ।
ଚାଷୀ ଟୋକନ ପାଇବା ପରେ ମଧ୍ୟ ଦିନ ଦିନ ଧରି ମଣ୍ଡିରେ ଧାନ ବିକ୍ରି କରିପାରୁ ନଥିବାରୁ ବାଧ୍ୟ ହୋଇ ଦଲାଲ ହାବୁଡ଼ରେ ପଡି ନୟାନ୍ତ ହେଉଛନ୍ତି ଚାଷୀ । ମଣ୍ଡିରେ ଶହ ଶହ ବସ୍ତା ଧାନ ଗଚ୍ଛିତ ହୋଇ ରହିଛି । ଆଉ ସେପଟେ ମଣ୍ଡିରେ ଉପାର୍ଜିତ ଧାନକୁ ଜଗି ବସିଛି ଚାଷୀ । ଏଭଳି ଘଟଣା ଜିଲ୍ଲାର ଗୋକୁଳେଶ୍ବର ଧାନ ମଣ୍ଡିରେ ଦେଖିବାକୁ ମିଳିଛି । ଟୋକନ ପାଇ ମଣ୍ଡିକୁ ଧାନ ନେଇ ଆସିଥିଲା ଚାଷୀ ହେଲେ ଗତ ୧୫ ଦିନ ହେବ ମଣ୍ଡିରୁ ଉଠି ପାରୁନି ଧାନ। ମିଲର୍ସ ଆସୁନଥିବା ଜଣାପଡ଼ିଛି ।