ଓଡିଶା

odisha

ETV Bharat / state

ବିକ୍ରି ନହୋଇ କାକର ଖାଉଛି ବଳକା ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ - କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌

ରଦ୍ଦ ହୋଇଥିବା ଟୋକନ ପ୍ରଦାନ ଓ ଧାନ ଉଠାଣ ଦାବିରେ ଚାଷୀଙ୍କ ରାସ୍ତାରୋକ। ଧର୍ମଗଡ ବୋଡେନଠାରେ ଏନେଇ ଗୁରୁବାର ଶତାଧିକ ଚାଷୀ କୋକସରା- ଧର୍ମଗଡ ରାସ୍ତା ଅବରୋଧ କରିଥିଲେ। ଅଧିକ ପଢନ୍ତୁ...

farmers blocked road, kalahandi latest news, protest against crop selling in boden mandi, ବୋଡେନ ମଣ୍ଡିରେ ଧାନ କିଣାରେ ଅନିୟମିତତା, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌, ଚାଷୀଙ୍କ ରାସ୍ତାରୋକ
ବିକ୍ରି ହୋଇନପାରି କାକର ଖାଉଛି ବଳକା ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ

By

Published : Jan 16, 2020, 8:21 PM IST

କଳାହାଣ୍ଡି: ରଦ୍ଦ ହୋଇଥିବା ଟୋକନ ପ୍ରଦାନ ଓ ଧାନ ଉଠାଣ ଦାବିରେ ଚାଷୀଙ୍କ ରାସ୍ତାରୋକ । ଧର୍ମଗଡ ବୋଡେନଠାରେ ଏନେଇ ଗୁରୁବାର ଶତାଧିକ ଚାଷୀ କୋକସରା- ଧର୍ମଗଡ ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଥିସହ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଥିଲା ।

ବିକ୍ରି ହୋଇନପାରି କାକର ଖାଉଛି ବଳକା ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ

ଚାଷୀମାନଙ୍କ କହିବା ଅନୁସାରେ ନନ୍ଦିଗାଁ ପ୍ୟାକ୍ସ ଉପମଣ୍ଡି ବୋଡେନଠାରେ ସପ୍ତାହକୁ 2 ଦିନ ଧାନ କିଣା ଯାଉଥିବା ବେଳେ ଅନେକ ଚାଷୀଙ୍କ ଧାନ ବିକ୍ରି ହୋଇ ନପାରି ଦାର୍ଘ 15ରୁ 20 ଦିନ ହେବ ଶୀତ କାକରରେ ପଡିରହିଛି । ଯାହାକୁ ଦିନ ରାତି ଜଗି ବସିଛନ୍ତି ଚାଷୀ ।

ଏନେଇ ବିଭାଗୀୟ ଅଧିକାରୀ ତଥା ସିଏସ୍ଓଙ୍କୁ ଜଣାଇଥିବା ବେଳେ ସମସ୍ୟାର ସମାଧାନ ହୋଇନଥିଲା । ଫଳରେ ଚାଷୀକୂଳ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀ ପହଞ୍ଚି ନଥିବା ବେଳେ ଆନ୍ଦୋଳନ ଜାରି ରହିଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details