ଭବାନୀପାଟଣା :ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ। ଶୀତୁଆ ରାତିରେ ଉପାର୍ଜିତ ଧାନକୁ ଜଗିଛି ଚଷା ପୁଅ। ନା ଆଖିକୁ ନିଦ ଅଛି ନା ପେଟକୁ ଭୋକ । ଖରା ବର୍ଷା ରୋଗ ପୋକ ସହ ଲଢି ଫସଲ ଅମଳ କରିଥିବା ଚାଷୀ ଏବେ ଧାନବିକ୍ରି ନେଇ ଚିନ୍ତାରେ । ଭବାନୀପାଟଣା ବ୍ଲକ କୁତୁରୁଖମାର ଧାନ ମଣ୍ଡିରେ ପଡିରହିଛି ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ । ଧାନ ସଂଗ୍ରହ ପାଇଁ ଆସୁଥିବା ମିଲର୍ସ ଧାନର ମାନକୁ ନେଇ ୮ ରୁ ୯ କେଜି କଟନୀ କରିବାକୁ କହୁଥିବା ବେଳେ ଚାଷୀ ମନ ବଳାଉନାହାନ୍ତି । ଫଳରେ ଚାଷୀଙ୍କ ହାତରେ ଟୋକନ ଥିବାବେଳେ ବିକ୍ରିକୁ ନେଇ ଏବେ ସମସ୍ୟାର ସମ୍ମୁଖୀନ ହେଉଛି ଚାଷୀ । ଏପଟେ ମଣ୍ଡିରେ ହାଡଭଙ୍ଗା ଶୀତରେ ଘାଇଲା ହେଉଛି କଳାହାଣ୍ଡି ଜିଲ୍ଲାର ଚାଷୀ । ମଣ୍ଡିରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ।
ମଣ୍ଡିରେ ପଡିରହିଛି ଧାନ, ହାଡଭଙ୍ଗା ଶୀତରେ କଷ୍ଟ ଉପାର୍ଜିତ ଧାନକୁ ଜଗିଛି ଚାଷୀ
ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ, ଶୀତୁଆ ରାତିରେ ଉପାର୍ଜିତ ଧାନକୁ ଜଗିଛି ଚଷା ପୁଅ । ଧାନ ସଂଗ୍ରହ ପାଇଁ ଆସୁଥିବା ମିଲର୍ସ ଧାନର ମାନକୁ ନେଇ ୮ ରୁ ୯ କେଜି କଟନୀ କରିବାକୁ କହୁଥିବାବେଳେ ଚାଷୀ ମନ ବଳାଉନାହାନ୍ତି । ଅଧିକ ପଢନ୍ତୁ
ସେପଟେ କୋକସରା ବ୍ଲକ ଡାଲଗୁମା ମଣ୍ଡିରେ ମଧ୍ୟ ଅବସ୍ଥା ସମାନ । ଚାଷୀଙ୍କୁ ଟୋକନ ମିଳିଛି ହେଲେ ଧାନର ମାନକୁ ନେଇ ମିଲର୍ସ ଧାନ କୁଇଣ୍ଟାଲ ପିଛା ୭ ରୁ ୮ କେଜି କଟନୀ ପାଇଁ କହୁଥିବାବେଳେ ଚାଷୀ ଅରାଜି ହେଉଛନ୍ତି । ଫଳରେ ମଣ୍ଡିରୁ ଧାନ ଉଠି ପାରୁନି କି ଅନ୍ୟ ଚାଷୀଙ୍କୁ ଟୋକନ ମିଳିପାରୁନି । ଏସବୁ ଭିତରେ ଚାଷୀ ଅମଳ ଧାନକୁ ନେଇ ମଣ୍ଡି ଓ ଖଳାରେ ଜଗି ରହିଛି । କିଛି ଚାଷୀ ଏସବୁ ଦେଖି ଦଲାଲକୁ କମ ଦରରେ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହାକି ଯୋଗାଣ ବିଭାଗର ପାରିବା ପଣିଆ ଉପରେ ସ୍ରୁଷ୍ଟି କରିଛି ଅନେକ ପ୍ରଶ୍ନବାଚୀ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ