ଭବାନୀପାଟଣା: ସାରା ରାଜ୍ୟରେ ପିଆଜ ସଙ୍କଟ । ରାତି ପାହିଲେ ଦର ବଢ଼ୁଛି । କିଛି ମାସ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ୮୦ ଟଙ୍କାରେ ପହଞ୍ଚିଛି । ପ୍ରଚୁର ପିଆଜ ଉତ୍ପାଦନ ହେଉଥିବା କଳାହାଣ୍ଡି ଜିଲ୍ଲାର ଚାଷୀ କିଛି ମାସ ତଳେ କିଲୋ ପିଆଜକୁ ମାତ୍ର ୫ ରୁ ୬ ଟଙ୍କାରେ ବିକ୍ରି କରିଥିବା ବେଳେ ଏବେ ସେହି ପିଆଜକୁ ୮୦ ଟଙ୍କାରେ କିଣୁଛି । ପିଆଜ ଅମଳର ଅଞ୍ଚଳ କଳାହାଣ୍ଡିର ଭବାନୀପାଟଣାରେ ପ୍ରଚୁର ପିଆଜ ଚାଷ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ ହେଉଥିବା ସହରରେ ଏବେ କିଲୋ ପିଆଜକୁ ୮୦ ଟଙ୍କା । ଆଉ ଗାଁ ଗଣ୍ଡାରେ ମନ ଇଛାରେ ବିକ୍ରି କରୁଛନ୍ତି ବ୍ୟବସାୟୀ ।
ବଡ଼ କଥା ହେଉଛି ଅମଳ ଋତୁରେ ୪୫ ରୁ ୫୦ କେଜି ପିଆଜ ବସ୍ତାକୁ ମାତ୍ର ୨୦୦ ଶହରୁ ୨୫୦ ଟଙ୍କାରେ ବିକ୍ରି କରିଥିଲା ଚାଷୀ । ଅର୍ଥାତ କିଲୋ ପ୍ରତି ୫ ରୁ ୬ ଟଙ୍କା । ଆଉ ଏବେ ସେଇ ପିଆଜକୁ ୮୦ ଟଙ୍କାରେ କିଣିବାକୁ ଚାଷୀ ଏବେ ବାଧ୍ୟ ହେଉଛି । ଯେଉଁଠି ପିଆଜ ପ୍ରଚୁର ଆମଦାନୀ ହେଉଛି ସେଠି ସଂରକ୍ଷଣର ପର୍ଯାପ୍ତ ବ୍ୟବସ୍ଥା କରାଯାଇ ନାହିଁ ।