ଭବାନୀପାଟଣା:ରାଜରାସ୍ତାରେ ଅନ୍ନଦାତା । କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅଭାବୀ ବିକ୍ରି । ଚଳିତ ରବି ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ଅବ୍ୟବସ୍ଥା ପାଇଁ ବିକ୍ରି ହୋଇପାରିନି ଧାନ । ମଣ୍ଡିରେ ଧାନ ପଡି ରହି ନଷ୍ଟ ହେବାକୁ ବସିଲାଣି । ଫଳରେ ଉପାୟ ଶୂନ୍ୟ ଚାଷୀ ଏବେ ରାଜରାସ୍ତାରେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୁନଗୁନିଆ ଅଞ୍ଚଳର ଚାଷୀ ହାତରେ ପ୍ଲାକାର୍ଡ କରୁଛନ୍ତି ଆନ୍ଦୋଳନ ।
ଜିଲ୍ଲାରେ ଚଳିତ ରବି ଋତୁରେ ଧାନ ସଂଗ୍ରହ ପାଇଁ ୧୨୮ଟି ମଣ୍ଡି ମାଧ୍ୟମରେ ୨୪ ଲକ୍ଷ ୨୬ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ । ତେବେ ଆଜି ସୁଦ୍ଧା ପ୍ରାୟ ୨୩ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେପଟେ ଟୋକନ ଲ୍ୟାପ୍ସ ହେବା କାରଣରୁ ମଣ୍ଡିରେ ପଡି ରହିଥିବା ଧାନ ମୌସୁମୀ ବର୍ଷା ଭିଜି ଗଜା ହେବାକୁ ବସିଲାଣି। ଯାହାକୁ ନେଇ ଚାଷୀ ଏବେ କଟନି ଛଟନିର ଶିକାର ହେଉଛି ।