ଓଡିଶା

odisha

ETV Bharat / state

ପାଣି ପାଇଁ ଚାଷୀଙ୍କ ମେଳି, ଜିଲ୍ଲା ପ୍ରଶାସନର ହେଲେ ଦ୍ୱାରସ୍ଥ - farmer

ପାଣି ପାଇଁ ଚାଷୀଙ୍କ ମେଳି । ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ । ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି। ଅଧିକ ପଢନ୍ତୁ

ପାଣି ପାଇଁ ଚାଷୀଙ୍କ ମେଳି: ଜିଲ୍ଲା ପ୍ରଶାସନର ହେଲେ ଦ୍ୱାରାସ୍ତ
ପାଣି ପାଇଁ ଚାଷୀଙ୍କ ମେଳି: ଜିଲ୍ଲା ପ୍ରଶାସନର ହେଲେ ଦ୍ୱାରାସ୍ତ

By

Published : Nov 15, 2021, 10:07 PM IST

ଭବାନୀପାଟଣା:ପାଣି ପାଇଁ ଚାଷୀଙ୍କ ମେଳି । ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ । ଆଉ କିଛି ଦିନ ମଧ୍ୟରେ ଶେଷ ହେବ ଖରିଫ ଚାଷ । ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ମରାମତି ପାଇଁ ଆଗାମୀ ରବି ଚାଷ ଓ ୨୦୨୩ ରବି ଚାଷ ପାଇଁ ଜଳସେଚନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି। ଏହାକୁ ଜୋରଦାର ବିରୋଧ କରି ଗତ ୧୦ ତାରିଖରେ ରାଜରାସ୍ତାକୁ ଓହ୍ଲାଇଥିଲେ ଚାଷୀ ।

ପାଣି ପାଇଁ ଚାଷୀଙ୍କ ମେଳି: ଜିଲ୍ଲା ପ୍ରଶାସନର ହେଲେ ଦ୍ୱାରାସ୍ତ

ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଳାହାଣ୍ଡି ଜିଲ୍ଲା ଚାଷୀ। ତେବେ କେଉଁ ପରିସ୍ଥିତିରେ ଜଳସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଠା ଜଳସେଚନ ଯୋଗାଇବା ପାଇଁ ନିଷ୍ପତ୍ତି ନେଲେ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ତେଣୁ ଏହାର ପୁନଃବିଚାର କରି କେବଳ ବାମ ମୁଖ୍ୟ କେନାଲ ମାଧ୍ୟମରେ ଜଳସେଚନ ଯୋଗାଇବା ପାଇଁ ଦାବି କରିଥିଲେ ।

ଜିଲ୍ଲାର ବାନେର, ବିଜମରା, ପୋଡ଼ାଗୁଡା ଆଦି ୧୩ ଖଣ୍ଡ ଗାଁର ଚାଷୀ ଆଜି(ସୋମବାର) ମୋଟର ଠାରେ ଏକତ୍ରିତ ହୋଇ ଚାଷୀ ମେଳି କରିବା ସହ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିକଟରେ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଖୁବଶୀଘ୍ର ଏହାର ପୁନଃବିଚାର କରା ନଗଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details