ଭବାନୀପାଟଣା: କୋଟି କୋଟି ଲୋକଙ୍କ ପେଟକୁ ଦାନା ଦିଏ କୃଷକ । ରାତି ପାହିଲେ ଫସଲ କରିବାରୁ ଲଙ୍ଗଳ ନେଇ ବାହାରି ପଡେ ଚାଷୀ । ଖରା ବର୍ଷା ସହି ଜମିରେ ସୁନା ଫଳାଏ ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରେ ସୁନାର ଫସଲ । ତମାମ ଦୁଃଖ ଭିତରେ ବି ଲୁହକୁ ଚାପିନିଏ ଚାଷୀଟି । ଚାଷୀର ଜୀବନକୁ ନେଇ ସ୍ବତନ୍ତ୍ର ରିପୋର୍ଟ ।
ସମସ୍ତଙ୍କ ମୁହଁରେ ମୁଠାଏ ଦାନା ଦେଇ ହସ ଖେଳାଇଥିବା ଲୋକଟି ହେଲା ଚାଷୀ । ହେଲେ ଚାଷୀର ଦୁଃଖ ସହଜରେ କେହି ବୁଝି ପାରନ୍ତି ନାହିଁ । ବର୍ଷ ସାରା ମୁଣ୍ଡ ଝାଳ ତୁଣ୍ଡରେ ଫସଳ ଅମଳ କରେ ସତ । ହେଲେ ତା ଭାଗ୍ୟ ତାକୁ କେଇଁ ଆଡେ ନିଏ ତାକୁ ଜଣାନଥାଏ । ଏହା ପରେ ସବୁ ପ୍ରକାର ସମସ୍ୟା ତାକୁ ଆଣିଦିଏ ଦୁଃଖ । କେତେବେଳେ ମରୁଡି ତ ଆଉ କେତେବେଳେ ଅଦିନିଆ ବର୍ଷା ତ ପୁଣି କେବେକେବେ ଧାନର ଅଭାବି ବିକ୍ରି ତା ମେରୁଦଣ୍ଡ ଭାଙ୍ଗିଦିଏ ।