ଓଡିଶା

odisha

ETV Bharat / state

MANDI PROBLEM : ମଣ୍ଡିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ

ଧାନ ସଂଗ୍ରହରେ ଅବ୍ୟବସ୍ଥା । କଳାହାଣ୍ଡି ଜିଲ୍ଲା କାଶିବାହାଲ ମଣ୍ଡିରେ ଧାନ ଉଠାଣ ଓ ଅବ୍ୟବସ୍ଥାକୁ ନେଇ ମଣ୍ଡି ସମ୍ମୁଖରେ ଚାଷୀ ଆନ୍ଦୋଳନ କରିଛନ୍ତି। ଅଧିକ ପଢନ୍ତୁ

By

Published : Jan 16, 2022, 9:41 PM IST

MANDI PROBLEM : ମଣ୍ଡିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ
MANDI PROBLEM : ମଣ୍ଡିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ

ଭବାନୀପାଟଣା :ଖରା ବର୍ଷା ରୋଗ ପୋକ ସହ ଲଢି ବିଲରେ ସୁନାର ଫସଲ ଫଳାଏ ଚାଷୀ । ହେଲେ ଅମଳ ସମୟ ଆସିଲେ ଚାଷୀ ମନରେ ସରାଗ ଆସେ । କାହିଁକିନା ବର୍ଷ ଯାକର ମୂଲ ଚାଷୀ ଅମଳରୁ ହିଁ ପାଇଥାଏ । ହେଲେ ଏବେ ମଣ୍ତି ସମସ୍ୟା ଯୋଗୁଁ ଚାଷୀ ମୁଣ୍ତରେ ପଡିଛି ଚଡକ । କଳାହାଣ୍ଡି ଜିଲ୍ଲା କାଶିବାହାଲ ମଣ୍ଡିରେ ଧାନ ଉଠାଣ ଓ ଅବ୍ୟବସ୍ଥାକୁ ନେଇ ମଣ୍ଡି ସମ୍ମୁଖରେ ଚାଷୀ ଆନ୍ଦୋଳନ କରିଛନ୍ତି ।

MANDI PROBLEM : ମଣ୍ଡିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ

ଏହାବି ପଢନ୍ତୁ :ସ୍ୱେଚ୍ଛାକୃତ ରକ୍ତଦାନରେ ଯୁବପିଢିଙ୍କ ଉତ୍ସାହ ଆନ୍ଦୋଳନରେ ପରିଣତ ହେଲାଣି

ଗତ ସପ୍ତାହ ହେବ ଲଗାଣ ବର୍ଷାରେ ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର କୁଇଣ୍ଟାଲ ଧାନ । ଭିଜିଯାଇ ଥିବା ସମସ୍ତ ଧାନ ଏବେ ଗଜା ହେଲାଣି। ଏନେଇ ଚାଷୀ ଯୋଗାଣ ବିଭାଗ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ଠାରେ ମଧ୍ୟ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ତୁରନ୍ତ ମଣ୍ଡିରୁ ସମସ୍ତ ଧାନ ଉଠାଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details