ଓଡିଶା

odisha

ETV Bharat / state

ନ୍ୟାୟ ଯାତ୍ରାରେ ହଟହଟା ସାଂସଦ, ପ୍ରଶ୍ନ ପଚାରିବା ସହ ଅଣ୍ଡା ମାଡ କଲେ ଜନତା - ମମିତା ମେହେରଙ୍କୁ ନ୍ୟାୟ

ମମିତା ମେହେରଙ୍କୁ ନ୍ୟାୟ ଦାବିରେ କରୁଥିବା ନ୍ୟାୟ ଯାତ୍ରାରେ କଳାହାଣ୍ଡି ସାଂସଦଙ୍କୁ ଅଣ୍ଡାମାଡ କରାଯାଇଛି । ଅଧିକ ପଢନ୍ତୁ...

egg attack to kalahandi mp basanta panda
ସାଂସଦଙ୍କୁ ଅଣ୍ଡା ମାଡ଼

By

Published : Nov 8, 2021, 6:54 AM IST

ଭବାନୀପାଟଣା:କଳାହାଣ୍ଡି ସାଂସଦଙ୍କୁ ଅଣ୍ଡା ମାଡ଼। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ଏବେ ରାଜନୈତିକ ଟ୍ରମକାର୍ଡ ପାଲଟିଥିବା ବେଳେ ଶାସକ ବିରୋଧୀଙ୍କ ରାଜନୈତିକ ବୟାନବାଜି ଜାରି ରହିଛି। ବିରୋଧୀ ଶାସକ ଦଳକୁ ଘେରିବାରେ ଲାଗିଛି ସେପଟେ ରାଜିନୀତି ପାଣିପାଗ ଏବେ ଜନ ସାଧାରଣଙ୍କ ପାଇଁ ଚଳଚ୍ଚିତ୍ରର ଦୃଶ୍ୟ ପାଲଟିଲାଣି ।

ସାଂସଦଙ୍କୁ ଅଣ୍ଡା ମାଡ଼

ମମିତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ବାଟବଣା ହେଉଥିବା ଲୋକେ ଅଭିଯୋଗ କରି ଆସୁଥିବା ବେଳେ କିନ୍ତୁ ରାଜନୈତିକ ରୁଟି ସେକା ଭୁଲୁ ନାହାନ୍ତି ଜନତାଙ୍କ ସେବକ। ଅଞ୍ଚଳର ବିକାଶ କାର୍ଯ୍ୟକୁ ଭୁଲି ରାଜନୀତି ପାଇଁ ନିଜର ଫାଇଦାକୁ ଗୁରୁତ୍ବ ଦେବା ଏବେ ଜନ ସାଧାରଣଙ୍କୁ ଅତିଷ୍ଠ କରିଛି ଯାହାର ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଳାରେ । ମମିତାଙ୍କୁ ନ୍ୟାୟ ଦାବିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ବରେ ମହାଲିଙ୍ଗ ଠାରୁ ଭବାନୀପାଟଣା ଦୀର୍ଘ ୬୦ କିଲୋମିଟର ଧରି ନ୍ୟାୟ ଯାତ୍ରା ଆୟୋଜନ କରାଯାଇଥିଲା।

ଏହି ସମୟରେ ପଦଯାତ୍ରା ପହଞ୍ଚି ଥିଲା ଫରଙ୍ଗ ଗାଁ ଠାରେ ସେଠାରେ ସ୍ଥାନୀୟ ଲୋକେ ସାଂସଦ ବସନ୍ତ ପଣ୍ଡାଙ୍କୁ ପ୍ରଶ୍ନ ପଚାରିବା ସହ ଅଣ୍ଡା ମାଡ଼ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିକାଶ ବଦଳରେ ରାଜନୀତିକୁ ଗୁରୁତ୍ବ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

ABOUT THE AUTHOR

...view details