ଓଡିଶା

odisha

ETV Bharat / state

ବିନା ଭକ୍ତ ଓ ପୋଲିସ ଛାଉଣୀରେ ପାଳିତ ହେବ ପ୍ରସିଦ୍ଧ ଛତର ଯାତ୍ରା - manikeswari temple

କଳାହାଣ୍ଡିର ପ୍ରସିଦ୍ଧ ଛତର ଯାତ୍ରା ପାଇଁ ବୈଠକ ଡାକିଲା କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରଶାସନ । ବିନାଭକ୍ତ ଓ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଁଙ୍କ ଯାତ୍ରା ଶେଷ କରିବା ନେଇ ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ...

ବିନା ଭକ୍ତ ଓ ପୋଲିସ ଛାଉଣୀର ପାଳିତ ହେବ ପ୍ରସିଦ୍ଧ ଛତର ଯାତ୍ରା
ବିନା ଭକ୍ତ ଓ ପୋଲିସ ଛାଉଣୀର ପାଳିତ ହେବ ପ୍ରସିଦ୍ଧ ଛତର ଯାତ୍ରା

By

Published : Oct 10, 2021, 10:36 PM IST

ଭବାନୀପାଟଣା: ଆସନ୍ତା ୧୩ ତାରିଖରେ ପାଳିତ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏନେଇ ଆଜି ପୋଲିସ ବିଭାଗର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ବିନା ଭକ୍ତ ଓ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଁଙ୍କ ପ୍ରସିଦ୍ଧ ଛତର ଯାତ୍ର ଅନୁଷ୍ଠିତ ହେବା ନେଇ ଆଜିର ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।

ବିନା ଭକ୍ତ ଓ ପୋଲିସ ଛାଉଣୀରେ ପାଳିତ ହେବ ପ୍ରସିଦ୍ଧ ଛତର ଯାତ୍ରା

ସୁରକ୍ଷା ଦୃଷ୍ଟିରୁ ଭବାନୀପାଟଣା ସହରରେ ଆସନ୍ତା 12 ତାରିଖ ସନ୍ଧ୍ୟା ୮ ଟାରୁ ୧୩ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବା ସହ ସହର ଭିତରକୁ ପ୍ରବେଶ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ନେଇ ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details