ଓଡିଶା

odisha

ETV Bharat / state

ଜମିଜମା ବିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ କଲେ ପରିବାର - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ

ଜମିଜମା ବିବାଦ ମାମଲାକୁ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ପରିବାର । ଅଧିକ ପଢନ୍ତୁ

ଜମିଜମା ବିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ
ଜମିଜମା ବିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ

By

Published : Aug 5, 2022, 9:25 AM IST

ଭବାନୀପାଟଣା:ଜମିଜମା ବିବାଦ ମାମଲାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ । ସଠିକ୍ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ଫଳରେ ବର୍ତ୍ତିଯାଇଛନ୍ତି ଆତ୍ମହତ୍ୟା କରୁଥିବା ପୁରା ପରିବାର। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ କଳିଆକୁଣ୍ଡଲ ଗ୍ରାମରେ ।

ଜମିଜମା ବିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମ

ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ କଳିଆକୁଣ୍ଡଲ ଗାଁର କ୍ଷେତ୍ର ଚନ୍ଦ୍ର ନାଏକଙ୍କ ବାପା ଦୀର୍ଘ ବର୍ଷ ପୂର୍ବେ ନିଜ ୧୮ ଏକର ଜମିରୁ ଗାଁରେ ଥିବା ଜଗନ୍ନାଥ ମନ୍ଦିରକୁ ୬ ଏକର ଜମି ଦାନରେ ଦେଇଥିଲେ । ହେଲେ ଦୀର୍ଘ ବର୍ଷ ପରେ ସେହି ଗାଁର ଅନାମ ନାଏକ ନାମକ ଜଣେ ବ୍ୟକ୍ତି ଜଗନ୍ନାଥଙ୍କ ଜମିକୁ ହଡପ କରିବା ସହ କ୍ଷେତ୍ର ଚନ୍ଦ୍ର ନାଏକଙ୍କ ନାଁରେ ଥିବା ୧୧ ଏକର ଜମିକୁ ମଧ୍ୟ ହଡପ କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୮ ଏକର ଜମିରେ ଚାଷ କରୁଛନ୍ତି ଜଗନ୍ନାଥ । ଏହାକୁ ବିରୋଧ କରି କ୍ଷେତ୍ର ଚନ୍ଦ୍ର ନାଏକ ଅନେକ ସମୟରେ ଥାନାରେ ଅଭିଯୋଗ କରିବା ସହ ଜୁନାଗଡ଼ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ଅନାମ ଆକ୍ରୋଶର ବସବର୍ତ୍ତୀ ହୋଇ ଚନ୍ଦ୍ର ନାଏକଙ୍କ ପରିବାର ଉପରକୁ ଆକ୍ରମଣ କରିବା ସହ ଘର ଭାଙ୍ଗି ଦେଇଥିବା ନେଇ ସେମାନେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଗତ କିଛି ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ କ୍ଷେତ୍ର ଚନ୍ଦ୍ର ନାଏକଙ୍କ ପରିବାର ।

ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରି ଥିଲେ ପରିବାର । ହେଲେ ଜିଲ୍ଲାପାଳ ପ୍ରତିଶ୍ରୁତି ପୂରଣ ନକରିବା ସହ ପରିବାର ଲୋକଙ୍କୁ ହାଇକୋର୍ଟ ଅଭିଯୋଗ କାରିବା ପାଇଁ କହିଥିଲେ । ହେଲେ କ୍ଷେତ୍ରଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ଶେଷରେ ଅତିଷ୍ଠ ହୋଇ ଗୁରୁବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପରିବାରର ୧୪ ଜଣ ଆତ୍ମହୁତି ଉଦ୍ୟମ କରିଥିଲେ । ସଠିକ୍ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ଫଳରେ ବର୍ତ୍ତିଯାଇଛନ୍ତି ଆତ୍ମହତ୍ୟା କରୁଥିବା ପୁରା ପରିବାର ।

ଇଟିଭି ଭାରତ, କଳାହାଣ୍ଡି

For All Latest Updates

TAGGED:

ABOUT THE AUTHOR

...view details