ଭବାନୀପାଟଣା:ରାସ୍ତାରେ ଦୀର୍ଘ ୨୦ ଘଣ୍ଟା ଧରି ମୃତଦେହ ରଖି ରାଜରାସ୍ତା ଅବରୋଧ । ଯାତାୟତ ସମ୍ପୂର୍ଣ୍ଣ ଠପ୍ ସାଧାରଣ ଲୋକେ ହନ୍ତସନ୍ତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜୟପାଟଣା ଥାନା ଅଞ୍ଚଳରୁ । ଜଣେ ବ୍ୟକ୍ତି କୌଣସି କାରଣରୁ ଆଘାତ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିବା ସହ ସ୍ଥାନୀୟ ଲୋକେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରେ ଲାଗିଛି ।
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗାନ୍ଧୀପଡାର ଗୋବିନ୍ଦବଲ୍ଲଭ ନାଏକ ଗତ ୬ ତାରିଖ ଦିନ ସନ୍ଧ୍ୟାରେ ନିଜ ବନ୍ଧୁକ ସହ ବାଇକରେ ଭବାନୀପାଟଣା ଆସିଥିଲେ । କାମ ସାରି ବାଇକ ଯୋଗେ ଏକୁଟିଆ ଘରକୁ ଫେରିବା ବେଳେ ରାସ୍ତାରେ କୌଣସି କାରଣରୁ ଗୁରୁତର ଭାବରେ ଆଘାତ ପାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଗତକାଲି ଡାକ୍ତର ତାଙ୍କୁ ଚିକିତ୍ସାଧିନ ଅବସ୍ଥାରେ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ଏହା କୌଣସି ଦୁର୍ଘଟଣା ନୁହେଁ ବରଂ ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଏନେଇ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ପୁରୀରେ ଗଡିଲା ମୁଣ୍ଡ, ଜମିବାଡ଼ି ବିବାଦରୁ ଦାଦାକୁ ହାଣିଲା ପୁତୁରା !