ଭବାନୀପାଟଣା:ମାଓବାଦୀ ନାଁରେ ବନ୍ଧୁକ ଦେଖାଇ ବଟି ଆଦାୟ କରିବା ପଡିଲା ମହଙ୍ଗା । ଏନେଇ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ କଳାହାଣ୍ତି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ପିତାଗୁଡା ଗାଁର ବ୍ରିଜ ନିର୍ମାଣ କାମକୁ ସେହି ଅଞ୍ଚଳରେ ଠିକାଦାର ମୋହନ ପ୍ରଧାନ କାମ କରୁଥିଲେ। ଏହି ସମୟରେ ପିତାଗୁଡା ଗାଁର ଯୁବକ ସୁବାଷ ମାଝୀ ମୋହନ ପ୍ରଧାନଙ୍କୁ ମାଓବାଦୀଙ୍କ ନାଁରେ ଦୀର୍ଘ ଦିନ ହେବ ବଟି ମାଗି ଆସୁଥିଲେ । ହେଲେ ମୋହନ ସୁବାଷର କଥାକୁ ଗୁରୁତ୍ବ ଦେଇନଥିବା ବେଳେ ଆଜି ସୁବାଷ ଠିକାଦାର ମୋହନ ପ୍ରଧାନଙ୍କୁ ବନ୍ଧୁକ ଦେଖାଇ ବଟି ମାଗିଥିଲେ ।