ଭବାନୀପାଟଣା:ମନ୍ତ୍ରୀଙ୍କ ନାଁରେ ଫେକ୍ ଆଇଡି (fake ID) ଖୋଲି ଟଙ୍କା ମାଗୁଥିବା ଥିବା ଅଭିଯୋଗ । ସାମାଜିକ ଗଣମାଧ୍ୟମରେ ଦିନକୁ ଦିନ ଏହାର ସ୍ବତନ୍ତ୍ରତା ହରାଇବାକୁ ବସିଛି । ଲୋକଙ୍କ ମନରେ ଏକ ନୂତନ ଭୟ ସୃଷ୍ଟି କରୁଛି । କେତେବେଳେ ଲୋକଙ୍କୁ ଫେକ ଆଇଡି ମାଧ୍ୟମରେ ଅର୍ଥ ଠକାମିର ଶିକାର ହେଉଛନ୍ତି ।
ଏହି ଭଳି ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ଫେକ ଫେସବୁକ୍ ଆଇଡି ଖୋଲି ପଇସା ମାଗୁଥିବା ଅଭିଯୋଗ ହୋଇଛି । ଜୁନାଗଡ ବିଧାୟକ ତଥା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାବିନେଟ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ସାମାଜିକ ଗଣମାଧ୍ୟମ ଫେସବୁକରେ ଫେକ୍ ଆଇଡି । ଏହି ଆଇଡି ମାଧ୍ୟମରେ ସଂପୃକ୍ତ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି ।