ଓଡିଶା

odisha

ETV Bharat / state

ବସ ଟ୍ରକ ମୁହାଁମୁହିଁ ଧକ୍କା, ଯାତ୍ରୀ ଆହାତ - କଳାହାଣ୍ଡି ଦୁର୍ଘଟଣା ଖବର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଜୟପୁରକୁ ଯାଉଥିବା ଏକ ଘରୋଇ ଯାତ୍ରୀବାହି ବସକୁ ଆମପାଣି ଘାଟି ନିକଟରେ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ମୁହାଁମୁହିିଁ ଧକ୍କା ଦେଇଥିଲା । ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖିଛି । ଅଧିକ ପଢନ୍ତୁ

ବସ ଟ୍ରକ ମୁହାଁମୁହିଁ ଧକ୍କା, ଯାତ୍ରୀ ଆହାତ
ବସ ଟ୍ରକ ମୁହାଁମୁହିଁ ଧକ୍କା, ଯାତ୍ରୀ ଆହାତ

By

Published : Jul 20, 2022, 10:10 PM IST

ଭବାନୀପାଟଣା:ଆମପାଣି ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସରେ ଥିବା ଯାତ୍ରୀମାନେ ଆହାତ ହୋଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଆହାତ ଯାତ୍ରୀ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଜୟପୁରକୁ ଯାଉଥିବା ଏକ ଘରୋଇ ଯାତ୍ରୀବାହି ବସକୁ ଆମପାଣି ଘାଟି ନିକଟରେ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ମୁହାଁମୁହିିଁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ଯାତ୍ରୀ ଘଟଣାସ୍ଥଳରେ ଆହତ ହୋଇଥିଲେ । ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଥିଲା । ପୋଲିସ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଆହାତ ଯାତ୍ରୀ ମାନଙ୍କ ଅବସ୍ଥା ଏବେ ଠିକ ଥିବା ସୂଚନା ଦେଇଛନ୍ତି ଡାକ୍ତର । ସେପଟେ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖିଥିବା ବେଳେ ଟ୍ରକକୁ ଜବତ କରିଥିବା ନେଇ ପୋଲିସ ସୂଚନା ଦେଇଛି ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details