ଓଡିଶା

odisha

ETV Bharat / state

ବେଆଇନ ମଦ କାରବାର କରି ବନ୍ଧା ହେଲେ ବେପାରୀ - Success to excise dept

ଅବକାରୀ ବିଭାଗକୁ ସଫଳତା । କଳାହାଣ୍ଡି ଜିଲ୍ଲାରେ ବେଆଇନ ମଦ କାରବାର ପଣ୍ଡ କରି ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ବେଆଇନ ମଦ କାରବାର କରି ଜଣେ ଗିରଫ
ବେଆଇନ ମଦ କାରବାର କରି ଜଣେ ଗିରଫ

By

Published : Dec 20, 2020, 11:57 AM IST

Updated : Dec 20, 2020, 12:26 PM IST

ଭବାନୀପାଟଣା:ପଣ୍ଡ ହେଲା ଚୋରା ମଦ କାରବାର । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୈଜଲପୁର ଗାଁରେ ଧର୍ମଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉରେ ବେଆଇନ ଭାବେ ଗଚ୍ଛିତ ଥିବା ବିଦେଶୀ ମଦ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ବେଆଇନ ମଦ କାରବାର କରି ଜଣେ ଗିରଫ

ସୂଚନାଅନୁସାରେ,ବୈଜଲପୁର ଗାଁର ଠାକୁର ସାହୁଙ୍କ ଘରେ ବେଆଇନ ଭାବେ ମଦ କାରବାର ହେଉଥିବା ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଖବର ପାଇ ପୋଲିସ ଓ ଅବକାରୀ ବିଭାଗ ଚୋରା ମଦ ବ୍ୟବସାୟୀଙ୍କ ଘରେ ଅଚାନକ ଚଢାଉ କରିଥିଲା ।

ଘଟଣାସ୍ଥଳରୁ ପୋଲିସ ବେଆଇନ ଭାବେ ଗଚ୍ଛିତ ଥିବା ବିଦେଶୀ ମଦ ଜବତ ସହିତ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଜବତ ମଦ ସବୁ ନୂଆପଡା ଜିଲ୍ଲାରୁ ଗୋଲାମୁଣ୍ଡା ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ଜଣାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂହ, ଇଟିଭି ଭାରତ

Last Updated : Dec 20, 2020, 12:26 PM IST

ABOUT THE AUTHOR

...view details